ପଦକ ଆଣିଲେ ପ୍ରବୀଣ
ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ । ଟି୬୪ ବର୍ଗରେ ୨.୭ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ଏହା ସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ ।
ପଦକ ଜିତିବା ପରେ ପ୍ରବୀଣକୁ ବିଭିନ୍ନ ମହଲରେ ଶୁଭେଚ୍ଛା ମିଳିଛି । ଏହି ମେଡାଲ ସହ ଭାରତର ପଦକ ସଂଖ୍ୟା ୧୧ରେ ପହଂଚିଛି । କେବଳ ହାଇଜମ୍ପରୁ ଭାରତକୁ ୪ଟି ପଦକ ମିଳିଛି । ଏହାପୂର୍ବରୁ ଭାରତର ମାରିଆପାନ୍ ଥାଙ୍ଗାଭେଲୁ ଞ-୬୩ ଇଭେଣ୍ଟରେ ରୌପ୍ୟ ପଦକ, ଶରଦ କୁମାର ବ୍ରୋଞ୍ଜ ପଦକ ଜିତିଥିବାବେଳେ ନିଶାଦ କୁମାର ଞ-୪୭ ରେ ଏସୀୟ ରେକର୍ଡ ସହ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି । ଗ୍ରେଟ୍ ବ୍ରିଟେନର ଜୋନାଥନ୍ ବ୍ରୁମ୍-ଏଡୱାର୍ଡସ୍ ୨.୧୦ମିଟର ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପୋଲାଣ୍ଡର ମ୍ୟାକିଜ୍ ଲେପିଆଟୋ ୨.୦୪ମିଟର ପ୍ରୟାସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।