THE BYAPINI

ରାଷ୍ଟ୍ରପତି ନେଲେ କରୋନା ଟିକା

Get real time updates directly on you device, subscribe now.

କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ ଟିକା କରଣ ଅଭିଯାନ ଭାରତରେ ଚାଲୁ ରହିଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଏବଂ ରିଫରଲ ହସ୍ପିଟାଲକୁ ଆସି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ୍ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀମାନେ ଟିକା ନେଇଛନ୍ତି ।

ରାଷ୍ଟ୍ରପତି ଟିକା ନେବାପରେ କହିଛନ୍ତି, ଭାରତରେ ସବୁଠୁ ବଡ଼ ଟିକାକରଣ ଚାଲିଛି। ଏହା ଗର୍ବର ବିଷୟ। ଦୁଇଟି ଯାକ ଦେଶରେ ତିଆରି ହୋଇଛି। ସେଥିମଧ୍ୟରୁ କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ୱଦେଶୀ। ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମ୍ସକୁ ଆସି ଟିକା ନେଇଥିଲେ। ଏହାପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ହର୍ଷବର୍ଦ୍ଧନ, ରାଜନାଥ ସିଂହ, ଏନସିପି ନେତା ଶରଦ ପାଓ୍ୱାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ୟ୍ୟାୟରେ ଟିକା ନେଇଛନ୍ତି। ମାର୍ଚ୍ଚ ୧ ରୁ ଦ୍ୱିତୀୟ ପର୍ୟ୍ୟାୟ ଟିକା ଆରମ୍ଭ ହୋଇଛି। ଏହି ପର୍ୟ୍ୟାୟରେ ୬୦ ବର୍ଷରୁ ଅଧିକ ଏବଂ ୪୫ ରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ବହୁବିଧ ରୋଗୀ ଟିକା ନେଉଛନ୍ତି। ଏଯାବତ ୨,୦୮,୭୯୧ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.