କେମିତି ଅଛନ୍ତି ରାଷ୍ଟ୍ରପତି ?
ଏମ୍ସ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ତାଙ୍କୁ ଆର୍ମି ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଏକ ବାଇପାସ ସର୍ଜରୀ କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ରାମନାଥଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ଆଉ ସେ ଏମ୍ସର ବରିଷ୍ଟ ବିଶେଷଜ୍ଞଙ୍କ ଯତ୍ନରେ ରହିଛନ୍ତି ।
ତେବେ ତାଙ୍କ ହୃତପିଣ୍ଡରେ ଏକ ବାଇପାସ ସର୍ଜରୀ କରାଯିବ । ଆସନ୍ତା ମଙ୍ଗଳବାର ଦିନ ସର୍ଜରୀ କରିବାକୁ ସ୍ଥିର ହୋଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି । ଶୁକ୍ରବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ୭୫ ବର୍ଷୀୟ ରାଷ୍ଟ୍ରପତିଙ୍କୁ ଆର୍ମି ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ଆଉ ସ୍ୱାସ୍ଥ୍ୟାବସ୍ଥାର ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।
ସେପଟେ ରାଉରକେଲା ନିଟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଫେରିବା ପରେ ରାଷ୍ଟ୍ରପତି ଅସୁସ୍ଥ ହୋଇଥିଲେ । ନିଟ୍ ଛାତ୍ର କରୋନା ପଜିଟିଭ ବାହାରିବା ପରେ ରାଷ୍ଟ୍ରପତିଙ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ କିନ୍ତୁ ଏବେ ତାଙ୍କ ଛାତିରେ ଏକ ବାଇପାସ ସର୍ଜରୀ କରାଯିବ ବୋଲି ଜଣାପଡିଛି ।