THE BYAPINI

କରୋନା ଟିକାର ଦାମ୍ କେତେ?

Get real time updates directly on you device, subscribe now.

ଆସନ୍ତା ୧୬ ତାରିଖରୁ ଅର୍ଥାତ ୪ ଦିନ ପରେ ଦେଶରେ ଆରମ୍ଭ ହେବ ଟିକାକରଣ । ଏହାରି ମଧ୍ୟରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ କରୋନାଭାଇରସ୍ କୋଭିସିଲ୍ଡ ଟିକାର ବଜାର ମୂଲ୍ୟ ଧାର୍ୟ୍ୟ କରାଯାଇଛି। ଭାରତରେ ଏହାର ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡକୁ ପ୍ରତି ଡୋଜ ପିଛା ୨୦୦ଟଙ୍କାରେ ବିକ୍ରି କରିବ ବୋଲି ଜଣାପଡ଼ିଛି। ଭ୍ୟାକସିନ ନିର୍ମାତାକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧିକାରୀ ଏହି ସୂଚନା ଦେଇଛନ୍ତି।

କୋଭିସିଲ୍ଡର ପ୍ରତି ଡୋଜ୍ ମୂଲ୍ୟ ୨୦୦ ଟଙ୍କା । ଟିକା ପାଇଁ ସରକାରଙ୍କଠାରୁ ପରଚେଜ ଅର୍ଡ ମଧ୍ୟ ମିଳିଛି । ପ୍ରଥମ ଦଫାରେ ୧୦ ମିଲିୟନ ଡୋଜ ବାହାରିବ । କେନ୍ଦ୍ର ସରକାର କୋଭିଡ୍‌ ଟିକା ପ୍ରସ୍ତୁତକାରୀ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ସହ ଆଲୋଚନା କରିଥିଲେ । ଆଷ୍ଟ୍ରେଜେନିକାର କୋଭିଡ୍‌-୧୯ ଭ୍ୟାକ୍ସିନ୍ କୋଭିସିଲ୍ଡର ଦର କମ୍‌ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍‌ ଟିକା, ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଷ୍ଟ୍ରେଜେନିକାର ଦର କମ୍‌ କରିବାରକୁ କେନ୍ଦ୍ର ସରକାର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସହ ଆଲୋଚନା କରିଛନ୍ତି । ଦେଶବାସୀଙ୍କୁ ଇମ୍ୟୁନିଟି ବଢ଼ାଇବା ସହ କରୋନା ଭ୍ୟାକ୍ସିନ ମଧ୍ୟ ଜରୁରୀ । ତେଣୁ ପ୍ରାୟ ସମସ୍ତଙ୍କୁ ଏହି ଭ୍ୟାକ୍ସିନ୍‌ ଆବଶ୍ୟକ ହୋଇପାରେ ।

ଭାରତ ସରକାର ମହାରାଷ୍ଟ୍ର ପୁଣେ ସ୍ଥିତ ଟିକା ନିର୍ମାତାକାରୀ କମ୍ପାନୀ ଏସଆଇଆଇକୁ କୋଭିସିଲ୍ଡର ଅର୍ଡର ମଧ୍ୟ ଦିଆଯାଇଛି। ସିରମ ଉତ୍ପାଦନ ଦୃଷ୍ଟିରୁ ଦୁନିଆର ସବୁଠୁ ବଡ ଭ୍ୟାକସିନ ନିର୍ମାତା କମ୍ପାନୀ । ଆସନ୍ତା ୧୬ରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଭାରତ ସରକାର ଦୁଇଟି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। କୋଭିସିଲ୍ଡ ସହ ଭାରତ ବାୟ‌ୋଟେକର କୋଭାକ୍ସିନକୁ ମଧ୍ୟ ଅନୁମତି ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.