THE BYAPINI

କାନ୍ଦିଲେ ମୋଦି..ରୋକି ପାରିଲେନି ଲୁହ

Get real time updates directly on you device, subscribe now.

ଏମିତି ଦୃଶ୍ୟ ହୁଏତ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଦେଶର ଉନ୍ନତି ପାଇଁ କଠୋରରୁ କଠୋର ପଦକ୍ଷେପ ନେଉଥିବା ପ୍ରଧାନମନ୍ତ୍ରୀଙ୍କ ଆଖି ଏଭଳି ଛଳ ଛଳ ହୋଇଯିବ କେହି କେବେ କଳ୍ପନା କରିନଥିଲେ । କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ବିଦାୟୀ ଦିନରେ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଗୁଲାମ ନବୀ ଆଜାଦଙ୍କ ସଂପର୍କରେ କହିଲାବେଳେ ନିଜର ଲୁହକୁ ରୋକିପାରିନଥିଲେ ମୋଦି । ଗୁଲାମ ନବୀ ଆଜାଦଙ୍କୁ ସଂସଦରେ ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦି । ୪ ସାଂସଦଙ୍କ ବିଦାୟୀ ଭାଷଣ ମୋଦି ଭାବୁକ ହୋଇଯାଇଥିଲେ ।
ବିଦାୟୀ ଭାଷଣ ବେଳେ ଭାବବିହ୍ୱଳ ହୋଇଯାଇଥିଲେ ମୋଦି । ଗୋଟେ ପଦ କହି ଢୋକେ ପାଣିପିଉଥିଲେ । ୨୦୦୭ ମସିହାର ଜମ୍ମୁକାଶ୍ମୀରର ଏକ ଆତଙ୍କବାଦୀ ଆକ୍ରମଣ ବେଳେ ଗୁଲାମ ନବୀ କରିଥିବା ସହାୟତା ମନେପକାଇ ଭାବବିହ୍ୱଳ ହୋଇଯାଇଥିଲେ । କହିଲେ, ରାଜନୈତିକ ବିଚାରଧାରାର ମତଭେଦ ଠାରୁ ଉର୍ଦ୍ଧରେ ବନ୍ଧୁତା ।ବିରୋଧୀ ଦଳର ନେତା ଭାବରେ ଦଳ ରାଜନୀତିରେ ଜଡ଼ିତ ରହିବା ସହ ଗୁଲାମ ନବି ଆଜାଦଜୀ ଦେଶର ସମୃଦ୍ଧତାକୁ ସର୍ବଦା ପ୍ରାଧାନ୍ୟ ଦେଉଥିଲେ। କରୋନା ମହାମାରୀର ମୁକାବିଲା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବା ପ୍ରସ୍ତାବ ତାଙ୍କର ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଗୁଲାମ ନବୀ ଆଜାଦଙ୍କ ଅନେକ ଘଟଣାକୁ ସଂସଦରେ ମନେ ପକାଇଥିଲେ ମୋଦି । ନିଜ ସମ୍ବୋଧନରେ ମୋଦି କହିଛନ୍ତି, କାଶ୍ମୀରରେ ଗୁଜୁରାଟ ଯାତ୍ରୀଙ୍କ ଉପରେ ଯେବେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏନେଇ ପ୍ରଥମେ ତାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ ଗୁଲାମନବୀ ଆଜାଦ । ଏ ଫୋନ କେବଳ ସୂଚନା ଦେବା ପାଇଁ ନଥିଲା ବଂର ଏହା ଥିଲା ଜଣେ ପରିବାରର ମୁଖିଆଙ୍କ ଫୋନ । ନିଜେ ଏହି ଘଟଣାରେ କୋହ ସମ୍ଭାଳିପାରିନଥିଲେ । ମୃତାହତଙ୍କ ପରିବାରକୁ ସମେବେଦନା ଜଣାଇବା ସହ ସେମାନଙ୍କୁ ସ୍ବାନ୍ତନା ପ୍ରକଟ କରିବାକୁ ଅନୁରୋଧ କରିଥିଲେ । ଏହି ମୂହୂର୍ତ୍ତକୁ ଗୃହରେ ମନେ ପକାଇ ଭାବବିହ୍ବଳ ହେବା ସହ ଗୁଲାମନବୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସର୍ବଦା ଦେଶ ପାଇଁ କରିଯାଇଥିବା କାର୍ୟ୍ୟ ତାଙ୍କୁ ଗୃହ ମନେପକାଇବ ବୋଲି କହିଥିଲେ ମୋଦି ।

Get real time updates directly on you device, subscribe now.

Leave A Reply

Your email address will not be published.