କେଦାରନାଥରେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥଙ୍କ ଦର୍ଶନ କରିବା ସହ ୧୨ ଫୁଟ ଉଚ୍ଚ ଓ ୩୫ ଟନ ଓଜନର ଶଙ୍କାରାଚାର୍ୟ୍ୟଙ୍କ ମୂର୍ତ୍ତି ଉେନ୍ମୋଚନ କରିଛନ୍ତି । ଏହାସହ ସେ ଶଙ୍କରାଚାର୍ୟ୍ୟ ସମାଧିସ୍ଥଳର ଲୋକାର୍ପଣ କରିଥିଲେ । ୨୦୧୩ ପ୍ରାକୃତିକ ବିପର୍ୟ୍ୟୟରେ ଏହି ସ୍ଥାନ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଛନ୍ତି । କୋଦାରନାଥରେ ପଂହଚି ସେ ପ୍ରଥମେ ମନ୍ଦିରକୁ ଯାଇଥିଲେ । ମନ୍ଦିର ପରିକ୍ରମା ଓ ଆରତୀ କରିବା ପରେ ଗର୍ଭଗୃହରେ ପଶି ସେ ବାବାଙ୍କ ରୁଦ୍ରାଭିଷେକ କରିଥିଲେ ।
ଚାରିଧାମ ସହ ଏହି ଗସ୍ତକୁ ରାଷ୍ଟ୍ରୀୟ କାର୍ୟ୍ୟକ୍ରମ କରିବାକୁ ୮୭ଟି ଶିବ ମନ୍ଦିରରେ ଏଲଇଡି ଲଗାଯାଇଛି । ଏହାଛଡା ନୂଆ କେଦାରପୁରୀ ଅଂଚଳର ବି ଉଦଘାଟନ କରିବେ ନରେନ୍ଦ୍ର ମୋଦୀ । ୨୦୧୩ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦି କେଦାରନାଥ ଯିବାକୁ ଇଛାପ୍ରକାଶ କରିଛନ୍ତି । କିନ୍ତୁ ସେତେବେଳେ ସେମାନଙ୍କୁ ଅନୁମତି ମିଳିନଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ସେ ନିୟମିତ ଭାବେ କେଦାରନାଥ ଗସ୍ତ କରିଛନ୍ତି ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ ନୂଆ କେଦାରପୁରୀ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ।
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୨୦୧୩ କେଦାରନାଥ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର ସମାଧି ସ୍ଥଳ ନିର୍ମାଣ ହୋଇଛି। ଏହାର ଶୁଭ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଦି ଶଙ୍କରାଚାର୍ୟ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏତ୍ଦବ୍ୟତୀତ ସଙ୍ଗମଘାଟ ପୁନରୁଦ୍ଧାର, ପର୍ୟ୍ୟଟକଙ୍କ ସୁବିଧା କେନ୍ଦ୍ର ଓ ଆଶୁ ଚିକିତ୍ସା କେନ୍ଦ୍ର, ପ୍ରାଶାସନିକ ଦପ୍ତର ଓ ହସ୍ପିଟାଲ, ୨ଟି ଅତିଥି ଭବନ, ଥାନା ଓ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଆଦି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।