ପଦ ଛାଡିଲେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା
ନିଜ ପଦରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା । ଆଜି ହଠାତ୍ ନିଜ ପଦରୁ ସେ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ପିକେ ସିହ୍ନା ଇସ୍ତଫା ଦେଇଛନ୍ତି । ୧୯୭୭ ବ୍ୟାଚ୍ ୟୁପି କ୍ୟାଡରର ଆଇଏଏସ୍ ଅଧିକାରୀଥିବା ସିହ୍ନା ସେପ୍ୱେମ୍ୱର ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ନୁଯୁକ୍ତ କରାଯାଇଥିଲା ।
୨୦୧୯ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟ ପରାର୍ମଶଦାତାଭାବେ କାର୍ୟ୍ୟଭାର ସମ୍ଭାଳିଥିଲେ । ୧୯୭୮ମସିହାର ଅବସରପ୍ରାପ୍ତ ଆଇଏଏସ ଅଫିସର ପିକେ ସିହ୍ନା କ୍ୟାବିନେଟ ସଚିବ ହେବା ପୂର୍ବରୁ ଶକ୍ତି ମନ୍ତ୍ରଣାଳୟର ସଚିବ ଭାବେ କାର୍ୟ୍ୟ କରୁଥିଲେ । ଅର୍ଥନୀତିରେ ପିଜି କରିଥିବା ବେଳେ ଏମଫିଲ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ପିକେ ସିହ୍ନା କେନ୍ଦ୍ର ଓ ଉତରପ୍ରଦେଶ ସରକାରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିସାରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଏହି ପ୍ରିୟ ସହଯୋଗୀଙ୍କୁ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରିବା ନେଇ ୬୦ ବର୍ଷ ପୁରୁଣା ଆଇନରେ ପରିବର୍ତ୍ତନ କରିଥିଲେ । ୨୦୧୫ରେ ତାଙ୍କୁ କ୍ୟାବିନେଟ ସେକ୍ରେଟେରୀ ଭାବେ ନିଯୁକ୍ତ କରାଯାଇଥିଲା । ଯେ କୌଣସି ଆଇଏଏସ୍ ଅଫିସର ପାଇଁ ଏହା ତାଙ୍କ କାର୍ୟ୍ୟକାଳର ସବୁଠାରୁ ବଡ଼ ପଦବୀ ଭାବେ ବିବେଚିତ କରାଯାଏ ।୨ ବର୍ଷ ପରେ ୨୦୧୭ରେ ଯେତେବେଳେ ତାଙ୍କ କାର୍ୟ୍ୟକାଳ ପୂରା ହେଲା ସେତେବେଳେ ସରକାର ତାଙ୍କ କାର୍ୟ୍ୟକାଳକୁ ୧ ବର୍ଷ ପାଇଁ ବୃଦ୍ଧି କରିଥିଲେ । ୧ ବର୍ଷ ପରେ ପୁଣି ବର୍ଷକ ପାଇଁ ତାଙ୍କ କାର୍ୟ୍ୟକାଳକୁ ବୃଦ୍ଧି କରାଯାଇଥିଲା । କ୍ୟାବିନେଟ ସେକ୍ରେଟାରୀ ପୋଷ୍ଟରେ ସରକାର ଚାହିଁଲେ ଜଣେ ଅଧିକାରୀଙ୍କ କାର୍ୟ୍ୟକାଳକୁ ୨ ବର୍ଷ ଯାଏଁ ବୃଦ୍ଧି କରାଯାଇପାରିବ । କ୍ୟାବିନେଟ୍ ସଚିବଭାବେ ତାଙ୍କୁ ତୃତୀୟ ଥର ପାଇଁ ୩ ମାସ ପାଇଁ କାର୍ୟ୍ୟକାଳକୁ ବୃଦ୍ଧି କରାଗଲା ।ଏଥିଲାଗି ସରକାରଙ୍କ ୬୦ ବର୍ଷ ପୁରୁଣା ଆଇନର ପରିବର୍ତ୍ତନ ଆଣିବାକୁ ପଡ଼ିଥିଲା ।
ତେବେ ସେ କାହିଁକି ହଠାତ୍ ଇସ୍ତଫା ଦେଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ପିକେ ସିହ୍ନା ୟୁପିଏ ସରକାରରେ ମଧ୍ୟ ୪ଟି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ୟ୍ୟ କରିଥିଲେ । ଶ୍ରୀ ସିହ୍ନାଙ୍କ ହଠାତ୍ ଇସ୍ତଫା ପ୍ରଦାନକୁ କେନ୍ଦ୍ର କରି ନାନା କଥା ଆଲୋଚିତ ହେଉଥିବା ବେଳେ ଶ୍ରୀ ସିହ୍ନା ବ୍ୟକ୍ତିଗତ କାରଣରୁ ଏହି ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।