THE BYAPINI

ସିଲଭର ସିଟିକୁ ସଂକ୍ରମଣ ଭୟ

Get real time updates directly on you device, subscribe now.

କଟକରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କଟକର ଚଣ୍ଡୀ ଛକରେ ଥିବା ଗୋଟିଏ କୋଚିଂ ସେଣ୍ଟରକୁ ସିଲ କଲା ଜିଲ୍ଲା ପ୍ରଶାସନ । କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ବେଖାତିର କରି କୋଚିଂ ସେଣ୍ଟର ଚାଲିଥିବା ଅଭିଯୋଗରେ ଦୃଢ କାର୍ୟ୍ୟାନୁଷ୍ଠାନ ନେଇଛି ସିଏମସି । କୋଚିଂ ସେଣ୍ଟରକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସିଲ କରାଯାଇଥିବା ସୂଚନା ମିଳିଛି ।

ସେହିପରି କଟକ ସୁପର ମାର୍କେଟରେ କୋଭିଡ କଟକଣାକୁ ସାଧାରଣ ଲୋକେ ଅବମାମନନା କରୁଥିବା ଦର୍ଶାଇ ମାର୍କେଟ ସିଲ କରିଛି ସିଏମସି।ହିନ୍ଦ ସିନେମା ହଲ ସୁପର ମାର୍କେଟକୁ ସିଲ କରିଛି ସିଏମସି। ସଂକ୍ରମଣ ବ୍ୟାପୁଥିବାରୁ ସହରରେ କଡା କଡ଼ି ଯାଞ୍ଚ ହେଉଛି। ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ପୋଲିସ।

ପୂର୍ବରୁ କଟକରେ ଘରୋଇ ଶିକ୍ଷାୁନଷ୍ଠାନ ଓ ସ୍କୁଲରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଭେନ୍ସାରୁ ମଧ୍ୟ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ରେଭେନ୍ସାର ସମସ୍ତ ପରୀକ୍ଷା ବାତିଲ କରିଦିଆଯାଇଛି ।ଆଜି ଗୋଟିଏ ଦିନରେ ୨୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ କଟକରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.