ରାସ୍ତାରୁ ହଟିବ ପୁରୁଣା ଗାଡି
ରାସ୍ତାରେ ଆଉ ଚାଲିପାରିବନି ପୁରୁଣା ଗାଡି । ୨୦୨୧-୨୨ ଆର୍ଥିକ ବଜେଟ୍ରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ୧୫ବର୍ଷ ପୁରୁଣା ଗାଡି ଆଉ ରାସ୍ତାରେ ଚାଲି ପାରିବନାହିଁ ।
ନୂଆ ଭେଇକଲ ସ୍କାର୍ପିଂ ପଲିସି ଅନୁସାରେ ଘରୋଇ ଗାଡ଼ିଗୁଡ଼ିକ ପାଇଁ ୨୦ ବର୍ଷ ଚାଲିବା ପରେ ଗାଡ଼ିର ଫିଟ୍ନେସ୍ ଟେଷ୍ଟ କରିବାକୁ ପଡ଼ିବ ।ସେହିପରି କମର୍ସିଆଲ୍ ଗାଡ଼ିଗୁଡ଼ିକ ୧୫ ବର୍ଷ ପରେ ଫିଟ୍ନେସ୍ ଟେଷ୍ଟ କରିବେ ବୋଲି ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଏହାଦ୍ୱାରା ଇନ୍ଧନ ସଂଚୟ ଓ ପରିବେଶ ପ୍ରଦୂଷଣ ମୁକ୍ତ ହେବ । ପ୍ରଦୂଷଣ କମିବ, ଏବଂ ଇନ୍ଧନ କିଣିବା ଖର୍ଚ୍ଚ ମଧ୍ୟ କମିବ। ଏହି ପଲିସି ଅନ୍ତର୍ଭୁକ୍ତ ଗାଡ଼ିଗୁଡ଼ିକ ସ୍ୱଂୟଚାଳିତ ଫିଟ୍ନେସ ସେଣ୍ଟରରେ ଫିଟ୍ନେସ୍ ଟେଷ୍ଟ କରିବେ। ବ୍ୟକ୍ତଗତ ଯାନବାହନଗୁଡ଼ିକୁ ୨୦ ବର୍ଷ ପରେ ଫିଟ୍ନେସ୍ ଟେଷ୍ଟ କରିବାକୁ ପଡ଼ିବ। ସେହିପରି ବାଣିଜ୍ୟକ କ୍ଷେତ୍ରରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକୁ ୧୫ ପରେ ଫିଟ୍ନେସ୍ ଟେଷ୍ଟ କରିବାକୁ ହେବ।” ତେବେ ଭେଇକଲ ସ୍କାର୍ପିଂ ପଲିସି ସମ୍ପର୍କିତ ଅଧିକ ତଥ୍ୟ ପରେ ମିଳିଯିବ ବୋଲି ନିର୍ମଳା କହିଛନ୍ତି.।
ପୂର୍ବରୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ କହିଥିଲେ ଯେ ୧୫ ବର୍ଷ ପୁରୁଣା ଗାଡ଼ିକୁ ଖୁବ୍ଶୀଘ୍ର ହଟାଇ ନେବ।କୁ ଏକ ପଲିସ ଆସିପାରେ। ସମ୍ବବତଃ ଏହା ୨୦୨୨ ଏପ୍ରିଲ୍ ୧ ତାରିଖ ଆଡ଼କୁ ଲାଗୁ ହୋଇପାରେ। ଏହି ପଲିସି ସରକାର ଅନୁମୋଦନ କରିଛନ୍ତି। ୨୦ବର୍ଷ ପୁରୁଣା ଗାଡି ପାଇଁ ଅଟୋମେଟେଡ ଫିଟନେସ ସେଂଟର ସ୍ଥାପନ କରାଯିବ । ଏବଂ ୨୦ବର୍ଷ ପୁରୁଣା ଗାଡିକୁ ଏଠାକୁ ନେଇଯିବାକୁ ପଡିବ । ଏହା ଦ୍ୱାରା ପ୍ରଦୂଷଣକୁ କମ କରିବା ପାଇଁ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରକାର ।