THE BYAPINI

ନିର୍ବାଚନ କମିଶନଙ୍କ ଅଫିସ ଆଗରେ ମୁହାଁମୁହିଁ ବିଜେଡି-ବିଜେପି

Get real time updates directly on you device, subscribe now.

କିଏ କରୁଛି ନିର୍ବାଚନୀ ହିଂସା ? ଏହାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ଉଭୟ ଉଭୟଙ୍କୁ ଦୋଷାରୋପ କରି ଧାରଣାରେ ବସିଛନ୍ତି ଦୁଇ ଦଳର ନେତା ଓ କର୍ମୀ ।
ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ କରିଛି ବିଜେଡି । ଆକ୍ରମଣକୁ ବିରୋଧ କରି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛି ବିଜେଡି । ଗୁଣ୍ଡାରାଜ କରିଥିବା ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ପରାଜୟ ଭୟରେ ବିଜେପି ସାରା ରାଜ୍ୟରେ ହିଂସାକୁ ଆଦରି ନେଇଛି ବୋଲି ଦଳ ଅଭିଯୋଗ କରିଛି ।
ଅନ୍ୟପଟେ ବିଜେପିର ଏକ ଟିମ ମନମୋହନସାମଲଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ପ୍ରତିବାଦ କରୁଛନ୍ତି । ଦଳ ବିଜେଡି ବିରୋଧରେ ବୁଥ ରିଂଗିଂ ଅଭିଯୋଗ ଆଣିବା ସହ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା, ସରକାରୀ ଅଧିକାରୀଙ୍କ ନିର୍ବାଚନ ପରିଚାଳନା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.