THE BYAPINI

ଇଡି ସ୍କାନରରେ ବିରଞ୍ଚି ସାହୁ

Get real time updates directly on you device, subscribe now.

ଇଡି ସ୍କାନରରେ କୋଟିପତି ପିଏସ୍ ବିରଞ୍ଚି ସାହୁ। ବିରଞ୍ଚିଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।କେଉଁ ଉତ୍ସରୁ ବିରଞ୍ଚି ଏତେ ଟଙ୍କା ଉପାର୍ଜନ କଲେ ତାହାର ଖୋଳତାଡ଼ କରିବାକୁ ମାମଲା ହାତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭିଜିଲାନ୍ସ ସହ ମିଶି ବେଆଇନ ଟଙ୍କା କାରବାରର ତଦନ୍ତ କରିବ ଇଡି ।

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତିରେ ବଡ଼ ଧରଣର ଲାଞ୍ଚ କାରବାର ହେଉଥିବା ଓ ବିରଞ୍ଚି ସାହୁଙ୍କ ଏଥିରେ ସଂପୃକ୍ତି ଥିବା ନେଇ ଅଭିଯୋଗ ବଢ଼ିବାରେ ଲାଗିଛି । ବିଭିନ୍ନ ତଥ୍ୟ ପ୍ରମାଣ ସହ ପ୍ରାୟ ୩ଜଣ ଚାକିରୀ ଆଶାୟୀ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି । ତେଣୁ ଏବେ ମାମଲାରେ ଇଡି ପ୍ରବେଶ କରିଛି । ଆଜିଠୁ ୪ ଦିନିଆ ରିମାଣ୍ଡରେ ଅଛନ୍ତି ଭିଜିଲାନ୍ସ । ରିମାଣ୍ଡ ସମୟରେ ବେଆଇନ ଆୟ ଓ ନିଯୁକ୍ତି ଜାଲିଆତି ସଂପର୍କରେ ତଥ୍ୟ ହାସଲ କରିବା ପାଇଁ ବିର ିଙ୍କୁ ଗୁଡାଇତୁଡାଇ ଜେରା କରିବ ଭିଜିଲାନ୍ସ ।

ବିରଞ୍ଚିଙ୍କର ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଇଥିଲା। ରେଡ୍‌ ବେଳେ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.