THE BYAPINI

ଘରୁ ମିଳିଲା ପୁଳାପୁଳା ଟଙ୍କା

Get real time updates directly on you device, subscribe now.

ଓଡ଼ିଶା ଷ୍ଟାଫ ସିଲେକସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ଘରେ ହୋଇଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର ଘର ସମେତ ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି । ପ୍ରାୟ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ଜଣାପଡିଛି । ଚଢ଼ଉ ବେଳେ ପୁଳା ପୁଳା ଟଙ୍କା ଜବତ ହୋଇଛି । ଲକ୍ଷ ଲକ୍ଷ ଟଙ୍କା, ସୁନା ଗହଣା, ସ୍ଥାବର ଅସ୍ଥାବର ସମ୍ପତ୍ତି ଏସବୁର ଆକଳନ କରୁଛି ଭିଜିଲାନ୍ସ।

ପିଏସ୍ ବିରଂଚି ନାରାୟଣ ସାହୁଙ୍କ ଘରୁ ୧୦ ଲକ୍ଷ ଓ ସମ୍ପର୍କୀୟଙ୍କ ଘରୁ ୧୩ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଚଢାଉ ବେଳକୁ ପୁଳା ପୁଳା ଟଙ୍କା ଫିଙ୍ଗିଦେବାକୁ ଉଦ୍ୟମ କରାଯାଇଥିଲା । ଏକକାଳୀନ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଚାଲିଛି ରେଡ । ୨ଟି ଦୁଇ ମହଲା ବିଶିଷ୍ଟ କୋଠା, ୯ଟି ପ୍ଲଟ ଥିବା ସୂଚନା ରହିଛି ।

ଚଢାଉ ବେଳେ ଘରୁ ବିଦେଶୀ ମୁଦ୍ରା ଜବତ ହୋଇଥିବା ବେଳେ ଦୁଇ ଥର ବିଦେଶ ବୁଲିବାକୁ ଯାଇଥିବା ପିଏସ ମାନିଛନ୍ତି । ବିରଞ୍ଚି ନାରାୟଣ ସାହୁଙ୍କ ରୋଜଗାର ବହୁତ କମ ରହିଛି। ଏତିକି ଆୟ ଭିତରେ ଜଣେ ଏତେ ସମ୍ପତ୍ତି ଅର୍ଜନ କରିପାରିବ ନାହିଁ। ସେ ନିଯୁକ୍ତି ନାଁରେ ଟଙ୍କା ନେଇଛନ୍ତି କି ନାହିଁ ତାହାର ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ ଜଣକ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.