THE BYAPINI

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

Get real time updates directly on you device, subscribe now.

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ: ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ତାରିଖ ଘୁଂଚାଇବାକୁ ନିବେଦନ କରିଥିଲେ । ଏହାପରେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁଚାଂଇବାକୁ ନିବେଦନ କରିଥିଲେ । ଏହାପରେ ଆଜି ନିର୍ବାଚନ କମିଶନ ଏହି ପ୍ରସଙ୍ଗରେ ବୈଠକ କରିଥିଲେ । ଏବେ ତାରିଖ ଘୁଂଚିବା ପରେ ସମସ୍ତ ରାଜନୈତିକ ଦଳଙ୍କ ପାଇଁ ପ୍ରଚାର ସମୟ ବଢିଯାଇଛି ।
ପଞ୍ଜାବର ୧୧୭ଟି ଆସନ ଲାଗି ଫେବ୍ରୁଆରୀ ୧୪ରେ ଗୋଟିଏ ପର୍ୟ୍ୟାୟରେ ଭୋଟ କରିବା ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ପଞ୍ଜାବ ଜନସଂଖ୍ୟାର ୩୨ ପ୍ରତିଶତ ହେଉଛନ୍ତି ତଫସିଲଭୁକ୍ତ ଜାତି ବର୍ଗର ଲୋକ । ସେମାନେ ଫେବ୍ରୁଆରୀ ୧୦ରୁ ୧୬ ତାରିଖ ପର୍ୟ୍ୟନ୍ତ ଗୁରୁ ରବିଦାସଙ୍କ ଜୟନ୍ତୀ ଲାଗି ଉତ୍ତରପ୍ରଦେଶ ବନାରସକୁ ଯାଇଥାନ୍ତି । ତେଣୁ ୧୪ରେ ହେବାକୁ ଥିବା ନିର୍ବାଚନରେ ସେମାନେ ମତଦାନ କରିବା ଅସୁବିଧା ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.