ଆମକୁ ଦିଅ କରୋନା ଟିକା..
ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଓ କୋଭି ଯୋଦ୍ଧାଙ୍କୁ ଟିକାଦିଆଯାଉଛି । ତେବେ ଶ୍ରୀମନ୍ଦିର ସେବାୟତଙ୍କୁ ଟିକା ଦେବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଅଗ୍ରାଧିକାର ଭିର୍ତିରେ ସେବାୟତ ପରିବାର ଓ ତାଙ୍କ ସଦସ୍ୟଙ୍କୁ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଛନ୍ତି । କୋଭିଡ୍ ନେଗେଟିଭ୍ ପ୍ରମାଣ ବିନା ଏବେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ। ଭକ୍ତଙ୍କ ସଂଶସ୍ପର୍ସରେ ସେବାୟତ ଆସୁଥିବାରୁ ସେମାନେ କରୋନା ସଂକ୍ରମଣରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ନୀତିକାନ୍ତି ପ୍ରଭାବିତ ବି ହୋଇପାରେ। ତେଣୁ ଜଗନ୍ନାଥ ସେବକ ଓ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୫ ଶହ କର୍ମଚାରୀଙ୍କୁ ପ୍ରାଥମିକତା ଭିର୍ତ୍ତିିରେ ଟିକା ଦେବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ସେହିପରି ବନ୍ଦର କର୍ମଚାରୀଙ୍କ ଟିକା ଦେବା ପାଇଁ ପ୍ରଥମ ଥର ଭାବେ ଘରୋଇ ସଂସ୍ଥା ଆଦାନୀ ଗ୍ରୁପ ପକ୍ଷରୁ ଅନୁରୋଧ କରାଯାଇଛି । ଥମ ଥର ପାଇଁ ଏକ ଘରୋଇ ସଂସ୍ଥା ଏହାର କର୍ମଚାରୀଙ୍କୁ କରୋନା ଟିକା ଦେବା ଲାଗି ସରକାର୍ଙ୍କୁ ଅନୁରୋଧ କରିଛି । ଆଦାନୀ ପୋର୍ଟସ ଆଣ୍ଡ ଲଜିଷ୍ଟିକ୍ସ ରାଜ୍ୟରେ ଏହାର ବନ୍ଦର କର୍ମଚାରୀଙ୍କୁ ଟିକାକରଣ କରିବା ପାଇଁ ଚିଠି ଲେଖିଥିଲା । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏହି ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଜଣାଇଛନ୍ତି । ବନ୍ଦରରେ ବିଦେଶରୁ ଜାହାଜ ଲାଗୁଥିବା ବେଳେ ବିଦେଶୀଙ୍କ ସଂଷ୍ପର୍ଶ ରେ ଏଠାକାର କର୍ମଚାରୀ ଆସୁଛନ୍ତି । ଏମାନେ କରୋନା ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥିବାରୁ ପ୍ରାଥମିକତା ଭିତ୍ତରେ ସଂସ୍ଥାକୁ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି ।