THE BYAPINI

ରିପୋର୍ଟରେ କାଳକୋଠରୀର ସତ!

Get real time updates directly on you device, subscribe now.

ପୁରୀ ହାଜତ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଚେଦ ରିପୋର୍ଟ ଆସିଛି । ହେଲେ ଶବ ବ୍ୟବଚ୍ଚେଦ ରିପୋର୍ଟ ତଥ୍ୟ ଚମକାଇଦେଇଛି । ମୃତ ରମେଶଙ୍କ ଦେହସାରା କ୍ଷତ ଚିହ୍ନ ଓ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ଶବ ବ୍ୟବଚ୍ଚେଦ ରିପୋର୍ଟରେ ଉଲ୍ଲେଖ ରହିଛି । ମୁଣ୍ଡଠୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ୨୦ରୁ ଅଧିକ ସ୍ଥାନରେ ଗଭୀର ଆଘାତ ଲାଗିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁ ରକ୍ତ ଜମାଟ ବାନ୍ଧିଥିବା ରିପୋର୍ଟରେ ଲେଖାଯାଇଛି ।

ରମେଶଙ୍କ ଡାହାଣ ହାତରେ କ୍ଷତ ଚିହ୍ନ ରହିଛି । ବାମ ଆଂଠୁ , ଆଖିପତା, ବାମ ହାତ ଓ ବାହୁିରେ ବି କ୍ଷତ ଚିହ୍ନ ରହିଛି । ବାମ ଗୋଡ ଗୋଇଠି ଆଘାତପ୍ରାପ୍ତ ହୋଇଛି । ହାତର ପାପୁଲ ଫୁଲିଛି । ସେହିପରି ମୁଣ୍ଡରେ ମାଡ ଯୋଗୁଁ ରକ୍ତ ବି ଜମାଟ ବାନ୍ଧିଛି । ଏହା ସହ ଆଂଠୁର ମଧ୍ୟ ଭାଗରେ ଚାରି ଇଂଚ ଲମ୍ବ ଓ ଏକ ଇଂଚ ଓସାରର ୩ଟି କ୍ଷତ ରହିଛି । ଏଥିସହ ବାମ ହାତରେ ଚାରି ଇଂଚ ଲମ୍ବ ଓ ଏକ ଇଂଚ ଓସାରର କ୍ଷତ ଚିହ୍ନ ରହିଛି । ମୁଣ୍ଡ ଉପରେ କୌଣସି ଶକ୍ତ ଜିନିଷରେ ପ୍ରହାର କରାଯାଇଛି। ଯେଉଁଥିପାଇଁ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଫଳରେ ମୁଣ୍ଡରେ ମାଡ଼ ଯୋଗ ରକ୍ତଜମାଟ ବାନ୍ଧିଛି ।
ଡାକ୍ତରମାନେ ସ୍ପଷ୍ଟ ଲେଖିଛନ୍ତି, କୌଣସି ଶକ୍ତ ଜିନିଷ କିମ୍ବା ଦନ୍ଥରା ଜିନିଷରେ କେ. ରମେଶଙ୍କୁ ଏକାଧିକ ଥର ଆଘାତ ଦିଆଯାଇଛି। ରାଜ୍ୟ ପରୀକ୍ଷାଗାରକୁ ନମୁନା ପଠାଯାଇଥିବା ବେଳେ ଏହାର ରିପୋର୍ଟ ଆସିନଥିବାରୁ ଡାକ୍ତରମାନେ ମୃତ୍ୟୁର କାରଣକୁ ଝୁଲାଇ ରଖିଛନ୍ତି। କେ. ରମେଶଙ୍କ ମୃତ୍ୟୁର ୧୨ରୁ ୧୮ ଘଣ୍ଟା ଭିତରେ ଶବ ବ୍ୟବଚ୍ଛେଦ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଗତ ନଭେମ୍ବର ୧୯ ତାରିଖରେ କେ. ରମେଶଙ୍କ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିଥିଲା। ହାଜତ ଭିତରେ ପୁଲିସ ରମେଶଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରି ଏହା ବିରୋଧରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.