THE BYAPINI

ହଟିଲା କଟକଣା, କମୁନି କଷ୍ଟ

Get real time updates directly on you device, subscribe now.

ଗୁରୁବାରଠୁ ଆରମ୍ଭ ହୋଇଛି କଟକଣା ମୁକ୍ତ ଜଗା ଦର୍ଶନ । ଜଗାକୁ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି । ହେଲେ ମହାପ୍ରଭୁଙ୍କୁ ଦେଖିବାକୁ ଭକ୍ତଙ୍କୁ ଚାଲିବାକୁ ପଡୁଛି ୨ କିଲୋମିଟର । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆରମ୍ଭ ହୋଇଛି ସାଧାରଣ ଦର୍ଶନ । ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଅନେକ ଭକ୍ତଙ୍କ ପାଇଁ ଏହା ପାଲଟିଛି ପ୍ରହସନ। ମାର୍କେଟ ଛକରୁ ବ୍ୟାରିକେଡ ହୋଇଥିବାରୁ ଭକ୍ତମାନଙ୍କୁ ଲମ୍ବା ରାସ୍ତା ଚାଲିବାକୁ ପଡୁଛି । ତେବେ ଲମ୍ବା ବ୍ୟାରିକେଡକୁ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ବ୍ୟାରିକେଡ ଛୋଟ କରିବାକୁ ଶ୍ରଦ୍ଧାଳୁ ପ୍ରସ୍ତାବ ଦେଇଛନ୍ତି ।

ତିନି ଥାକିଆ ଦର୍ଶନ ବ୍ୟବସ୍ଥା ଅନୁସାରେ ସକାଳ ୬ଟାରୁ ପୁରୀ ବାସୀ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସିଂହଦ୍ୱାରା ଥାନା ସମ୍ମୁଖ ବ୍ୟାରିକେଡ ଦେଇ ଦର୍ଶନ କରୁଛନ୍ତି । ସେହିପରି ସକାଳ ୭ଟାରୁ ମାର୍କେଟ ଛକ ବ୍ୟାରିକେଡ ଦେଇ ବାହାର ଭକ୍ତ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ପାନୀୟ ଜଳ ସହ କୋଭିଡକୁ ନେଇ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।

ମହାମାରୀ କରୋନା ପାଇଁ ଗତ ୧୦ ମାସ ପରେ ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଥିଲା । ପ୍ରଥମେ ସେବାୟତ ଓ ପୁରୀ ବାସୀଙ୍କୁ ଦର୍ଶନ ପାଇଁ ଅଗ୍ରାଧିକାର ଦିଆଯାଇଥିଲା । ଜାନୁଆରୀ ୩ରୁୁ ମନ୍ଦିର ଖୋଲାଯାଇଥିଲା ସର୍ବସାଧାରଣଙ୍କ ପାଇଁ । ହେଲେ ମନ୍ଦିର ଭିତରକୁ ପ୍ରବେଶ ପାଇଁ କରୋନା ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ଯାହା ପାଇଁ ବହୁ ଭକ୍ତ ଜଗା ଦର୍ଶନ ନକରି ନିରାଶ ହୋଇ ଫେରୁଥିଲେ । ଯାହାକୁ ଦୃଷ୍ଟିରେ ରଖି ଜାନୁଆରୀ ୨୧ ତାରିଖରୁ କଟକଣା ମୁକ୍ତ ଜଗା ଦର୍ଶନ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.