THE BYAPINI

ରଥ ଉପରେ ସେଲଫି..ଫଟୋ ଭାଇରାଲ

Get real time updates directly on you device, subscribe now.

ଗତବର୍ଷ ପରି ଚଳିତ ବର୍ଷ ବି ବିନା ଭକ୍ତରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ସତ୍ୱେ ରଥ ଉପରେ ସେଲଫି ନେବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ରଥ ଚାରିପାଖେ ସୁରକ୍ଷା କର୍ମୀ ଜଗି ରହିଥିଲେ ମଧ୍ୟ ୨ ଯୁବକ ରଥ ଉପରକୁ ଚଢି ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଫଟୋରୁ ଜଣାପଡ଼ୁଛି ଯେ ବଳଭଦ୍ରଙ୍କ ରଥ ଉପରେ ୨ଜଣ ଯୁବକ ସେଲଫି ନେଇଛନ୍ତି । ହେଲେ ଏହି ଫଟୋ ଚଳିତବର୍ଷ କି ଗତବର୍ଷର ତାହାର ଯାଂଚ କରାଯାଉଛି ବୋଲି ପୁରୀ ଏସପି କେ. ବିଶାଲ ସିଂ କହିଛନ୍ତି । ଏହି ଦୁଇଜଣ ସେବାୟତ ନା ଅଣ ସେବାୟତ ତାହା ସ୍ପଷ୍ଟ ହୋଇନଥିବାବେଳେ ଏହି ଦୁଇଜଣ ତାଙ୍କ ସୋସିଆଲ ସାଇଡରେ ଏହିପରି ଫଟୋ ଉଠାଇ ନିଜକୁ ଧନ୍ୟ ମନେ କରିଥିବା ଲେଖିଛନ୍ତି ।

ରଥ ଉପରେ ଫଟୋ ଉଠାଇବା ବାରଣ ରହିଥିବାବେଳେ କିପରି ଏହି ଦୁଇ ଯୁବକ ଫଟୋ ଉଠାଇଲେ ? ତେବେଳେ କୌଣସି ଭକ୍ତ ରଥ ସ୍ପର୍ଶ କରିପାରୁନାହାନ୍ତି ତାହାଲେ କେମିତି ରଥ ଉପରେ ଏହି ଦୁଇ ଯୁବକ ନନ୍ଦିଘୋଷ ରଥରେ ଚଢି ସେଲଫି ନେଲେ ସେନେଇ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.

Leave A Reply

Your email address will not be published.