THE BYAPINI

ପୁରୀରେ କଡ଼ା ସୁରକ୍ଷା

Get real time updates directly on you device, subscribe now.

କରୋନା କଟକଣା ଭିତରେ ରଥାରୁଢ ହେବେ ମହାବାହୁ । ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ହେଉଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ପାଇଁ ପୁଲିସ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଛି । ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ଏଡିଜି । ରଥଯାତ୍ରା ବେଳେ ପୁରୀରେ ମୁତୟନ ହେବେ ୬୫ ପ୍ଲାଟୁନ ଫୋର୍ସ । ସହରର ମୁଖ୍ୟ ପ୍ରବେଶ ପଥ ଉପରେ ନଜର ରଖାଯିବ । ବଡ଼ଦାଣ୍ଡ ଛାତ ଉପରୁ ରଥଯାତ୍ରା ଦେଖିବାକୁ କଟକଣା ଥିବା ବେଳେ ଛାତ ଉପରେ ରହିବେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ । ସହରକୁ ୧୨ଟି ଜୋନରେ ବିଭକ୍ତ କରାଯିବ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ୪ଟି ଜୋନରେ ଏବଂ ସହରର ଚାରି ପାଖକୁ ୮ଟି ଜୋନରେ ବିଭକ୍ତ କରାଯିବ । ୧୦ ଅତିରିକ୍ତ ଏସପି ଓ ଡିଏସପି ରଥଯାତ୍ରା ବେଳେ ପୁରା ଆଇନଶୃଙ୍ଖଳା ଉପରେ ନଜର ରଖିବେ । ୩୧ ଆସିଷ୍ଟାଣ୍ଡ କମାଣ୍ଡର, ୬୪ ଆଇଆଇସି ରହିବେ । ସେହିପରି ୨୨୨ ଜଣ ସବଇନ୍ସପେକ୍ଟର ମଧ୍ୟ ସଜାଗ ରହିବେ ।

ଆସନ୍ତାକାଲି ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ବଡ଼ଦାଣ୍ଡରେ ଗାଡି ଚଳାଚଳ ଉପରେ କଟକଣା ଲାଗିବ । ଏପରିକି ବଡ଼ଦାଣ୍ଡରେ ଥିବା ଔଷଧ ଦୋକାନ ମଧ୍ୟ ଖୋଲିବ ନାହିଁ । ବ୍ୟାଙ୍କ ଓ ଅନ୍ୟ ଅଫିସ ମଧ୍ୟ ବନ୍ଦ ରହିବ । ସେହିପରି ଖାଦ୍ୟ, ସଉଦା, ପନିପରିବା,କ୍ଷୀର ଦୋକାନ କର୍ଫ୍ୟୁ ସମୟରେ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ହୋଇପାରିବ । ଆଜି ସୁଦ୍ଧା ପୁରୀର ସମସ୍ତ ହୋଟେଲ,ଧର୍ମଶାଳା, ଓ ଲଜ ଖାଲି କରିବାକୁ କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.