THE BYAPINI

ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ

Get real time updates directly on you device, subscribe now.

ଚାରି ମାସ ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ । ଶ୍ରୀମନ୍ଦିରରେ ଜଗା ଦର୍ଶନ କରୁଛନ୍ତି ସର୍ବସାଧାରଣ । ଶ୍ରଦ୍ଧାଳୁମାନେ କିଭଳି ମନ୍ଦିରକୁ ଯାଇ ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରବେଶ ପୂର୍ବରୁ ଫଟୋ ପରିଚୟ ପତ୍ର ଓ ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣ ପତ୍ର କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । କିଓସ୍କ କାଉଁଟରରେ ଏସବୁର ଯାଂଚ କରାଯିବା ପରେ ପ୍ରବେଶ ପାଇଁ ଅନୁମତି ମିଳିବ । ଶନିବାର ଓ ରବିବାର ସଟଡାଉନ ଯୋଗୁଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଥିଲା ।
ଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡରେ ବାରିକେଡ୍ କରାଯାଇଛି । ସମସ୍ତେ ଏହି ବାରିକେଡ ଦେଇ ସିଂହଦ୍ୱାର ଭିତରକୁ ପ୍ରବେଶ କରିବେ । ଏହି ସମୟରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
କ୍ତମାନେ ସିଂହଦ୍ବାର‌ ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଉତ୍ତର ଦ୍ବାର ଦେଇ ବାହାରିବେ । ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପରିଧାନ କରିବେ । ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍‌ କରିବେ । ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶ ସହ ଦୀପ, ଧୂପ, ଫୁଲ, ଭୋଗ ଆଦି ନେବାରେ କଟକଣା ଲଗାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.