THE BYAPINI

ଡିସେମ୍ବର ୧୬ରେ ଖୋଲିବ ଶ୍ରୀମନ୍ଦିର!

Get real time updates directly on you device, subscribe now.

କୋଟି କୋଟି ଜଗନ୍ନାଥ ପ୍ରେମୀ ଏବେ ଶ୍ରୀମନ୍ଦିର ଦ୍ୱାରକୁ ଚାହିଁ ରଖିଛନ୍ତି, କେବେ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାର ଫିଟିବ ଏବଂ ସେମାନେ ଠାକୁର ଦର୍ଶନ କରିବେ । କୋଭିଡ୍ କାରଣରୁ ପ୍ରାୟ ୯ ମାସ ହେଲାଣି, ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ଜଗାକୁ ଦେଖିବାକୁ ଭକ୍ତ ବ୍ୟାକୁଳ ହୋଇଗଲେଣି । ଆଉ ଏହାରି ଭିତରେ ଶ୍ରୀମନ୍ଦିର ଖୋଲିବା ପାଇଁ ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ବିଚାରବିମର୍ଶ ଜାରି ରଖିଛି । ଆସନ୍ତା ୧୨ ତାରିଖରେ ଛତିଶା ନିଯୋଗ ବୈଠକ ଅଛି । ବୈଠକରେ ଶୀମନ୍ଦିର ଖୋଲିବା ଉପରେ ନିଷ୍ପତି ନିଆଯିବା ବୋଲି ଆଶା କରାଯାଉଛି । ବୈଠକରେ ନିଷ୍ପତି ନିଆଯିବା ପରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ଆଉ ରାଜ୍ୟସରକାରଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ଖୋଲିବା ନେଇ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆଜି ଶ୍ରୀମନ୍ଦିର ଖୋଲିବା ପାଇଁ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର କର୍ମୀମାନେ ପୁରୀ ବଡ଼ଦାଣ୍ଡରେ ବିକ୍ଷୋଭ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନକୁ ମନ୍ଦିର ଖୋଲିବା ନେଇ ଦାବି ମଧ୍ୟ ଜଣାଇଛନ୍ତି । ବିଭିନ୍ନ ରାଜ୍ୟରେ ମନ୍ଦିର, ମସଜିଦ ଖୋଲାଯାଇଥିବା ବେଳେ ଶ୍ରୀମନ୍ଦିର କାହିଁକି ଖୋଲାଯିବନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ କଟଣାକୁ ଦୃଢ ନିନ୍ଦା କରିଛନ୍ତି । ଶ୍ରୀମନ୍ଦିର ବନ୍ଦ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ପୁରୀ ଆର୍ଥିକ ପରିସ୍ଥିତି ଦେଇ ଗତିକରୁଛି । ତେଣ ଅତିଶୀଘ୍ର ମନ୍ଦିର ଖୋଲିବାକୁ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଏପଟେ ଶ୍ରୀମନ୍ଦିର ଖୋଲିଲେ-କେମିତି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ? କୋଭିଡ୍ କଟକଣାକୁ କେମିତି ପାଳନ କରାଯିବ ? ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.