ଶ୍ରେୟ କାହାର? କିଏ ଦେଇଛି କେତେ?
ପୁରୀ ଓ ଯାଜପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଖୁବ ଶ୍ରୀଘ୍ର ଏହା କାର୍ଯକାରୀ ମଧ୍ୟ ହେବାକୁ ଯାଉଛି । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ପରେ ଏବେ ଏହାକୁ ନେଇ ବିଜେପି ଓ ବିଜେଡି ଭିତରେ ଆରମ୍ଭ ହୋଇଛି ଛକାପଞ୍ଝା । ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଜୋରଧରିଛି ରାଜନୀତି । ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଶ୍ରେୟ କାହାର? କିଏ କେତେ ଅନୁଦାନ ଦେଇଛି ସେ ନେଇ ଚାଲିଛଇ ବୟାନବାଜି ।
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, କେନ୍ଦ୍ର ସରକାର ମେଡିକାଲ କଲେଜ ପାଇଁ ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ଦେଉଛି ୪୦ ପ୍ରତିଶତ ଅର୍ଥ । ଏହା କେନ୍ଦ୍ରର ଯୋଜନା, ରାଜ୍ୟର ନୁହେଁ । ରାଜ୍ୟ କେବଳ ନାଁ ନେଉଥିବା ଲେଖାଶ୍ରୀ କହିଛନ୍ତି । ଏହା ସହ ସେ କହିଛନ୍ତି , ଅନେକ ସମୟରେ କେନ୍ଦ୍ର ୬୦ ପ୍ରତିଶତ ଦେଲା ପରେ ମଧ୍ୟ ରାଜ୍ୟ ୪୦ ପ୍ରତିଶତ ଦେଇପାରୁନାହିଁ । ଯେଉଁଥିପାଇଁ ଏହି ପ୍ରୋଜେକ୍ଟ ସବୁ ବିଳମ୍ବ ହେଉଛି । ସେପଟେ ବିଜେଡି କହିଛି, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଅର୍ଥ ଦେବା କିଛି ବଡ଼ କଥା ନୁହେଁ । ଯଦି ଓଡିଶାକୁ କିଛି ଦେବା ପାଇଁ ଚାହାଁନ୍ତି ତେବେ ସ୍ୱତନ୍ତ୍ର ପାହ୍ୟା ଦିଅନ୍ତୁ ବୋଲି ବିଜେଡି କହିଛି ।
ରାଜ୍ୟ ସରକାର ଯାଜପୁର ଓ ପୁରୀ ପାଇଁ ବଡ ଘୋଷଣା କରିଥିଲେ । ପୁରୀରେ ୬୫୦ ଶର୍ୟ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ହେବ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୨୨୪ କୋଟି ଟଙ୍କାର ଆକଳନ କରିଥିଲେ ସରକାର । ସେହିପରି ଯାଜପୁରରେ ୫୦୦ ଶର୍ୟ୍ୟା ବିଶିଷ୍ଟ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।