THE BYAPINI

ଆଜି ଆସୁଛନ୍ତି ପୁଟିନ୍

Get real time updates directly on you device, subscribe now.

ଆଜି ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ପୁଟିନ୍ । କରୋନା ଏବଂ ୟୁକ୍ରେନ୍‌ ସଙ୍କଟ ଭିତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସୁଥିବାରୁ ଏହା ଉପରେ ପୂରା ବିଶ୍ୱର ନଜର ରହିଛି। ଆମେରିକା ଓ ଚୀନ୍‌ର ପ୍ରତିବାଦକୁ ଭୃକ୍ଷେପ ନକରି ରୁଷ୍‌ ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ ଯୋଗାଣ ପ୍ରକ୍ରିୟା ଆରମ୍ଭ କରିସାରିଛି । ଏହି ସମୟରେ ପୁଟିନ୍‌ଙ୍କ ଗସ୍ତକୁ ନେଇ ଚୀନ୍‌ ଓ ଆମେରିକାର ଚିନ୍ତା ବଢ଼ିଛି ।

ଚୀନ୍‌ ଭାରତ ସୀମାରେ ଲଗାତାର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଚାଲିଥିବା ସମୟରେ ପୁଟିନ୍‌ଙ୍କ ଏହି ଗସ୍ତ ଭାରତ ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଗସ୍ତ ସମୟରେ ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ପୃଥକ୍‌ ଆଲୋଚନା କାର୍ୟ୍ୟକ୍ରମ ମଧ୍ୟ ରହିଛି । ଭାରତ ନିଜର ସୁରକ୍ଷା ସହିତ କୌଣସି ସାଲିସ୍‌ କରିବ ନାହିଁ ବୋଲି ଆମେରିକାକୁ ରୋକଠୋକ ଜଣାଇ ଦେଇଥିବା ବେଳେ ଚୀନ୍‌ର ଯେ କୌଣସି ଷଡ଼ଯନ୍ତ୍ରକୁ ମଧ୍ୟ ପଣ୍ଡ କରିବାକୁ ପ୍ରସ୍ତୁତ ରହିଥିବା ଘୋଷଣା କରିଛି। ଭାରତର ସବୁ ଋତୁର ବନ୍ଧୁ ରୁଷ୍‌ ମଧ୍ୟ ଘୋଷଣା କରିଛି ଯେ କୌଣସି ବାହ୍ୟ ଚାପରେ ବନ୍ଧୁ ରାଷ୍ଟ୍ରମାନଙ୍କ ସହିତ ସାମରିକ ଚୁକ୍ତିରେ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ। ପୁଟିନଙ୍କ ଏହି ଗସ୍ତ ଭାରତ-ରୁଷ୍‌ ସଂପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଦୁଇ ଦେଶର ସାମରିକ ସଂପର୍କ ଏକ ନୂଆ ପର୍ୟ୍ୟାୟକୁ ଯିବ ବୋଲି କୂଟନୀତି ବିଶାରଦମାନେ କହିଛନ୍ତି। ଭାରତ-ରୁଷ୍‌ ବାର୍ଷିକ ସମ୍ମିଳନୀରେ ଯୋଗଦେବାକୁ ପୁଟିନ୍‌ ଆସୁଥିବା ବେଳେ ବୈଶ୍ବିକ ରଣନୀତି ନେଇ ମୋଦୀ-ପୁଟିନ୍‌ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.