THE BYAPINI

ସେମିଫାଇନାଲରେ ସିନ୍ଧୁ

Get real time updates directly on you device, subscribe now.

ଅଲିମ୍ପିକ୍ସରେ ଭାରତ ପାଇଁ ଖୁସି ଖବର । ଜାପାନର ଷ୍ଟାର ଖେଳାଳି ୟାମାଗୁଚିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କଲେ ଭାରତର ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ । ସିଧା ଖେଳରେ ୟାମାଗୁଚି ୨୧-୧୩, ୨୨-୨୦ରେ ପରାସ୍ତ ହୋଇଥିଲେ । ଏହି ସଂଗ୍ରାମ ୫୬ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା । ସିନ୍ଧୁ ଏହି ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିସହିତ ଲଗାତାର ଦ୍ୱିତୀୟ ଥର ପାଇଁ ସେ ଅଲିମ୍ପିକ୍ସ ଟପ୍-୪ରେ ସ୍ଥାନ ପାଇଛନ୍ତି । କାହିଁକି ନା, ଏହା ପୂର୍ବରୁ ସେ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ଆଜିର କ୍ୱାର୍ଟର ଫାଇନାଲ ମ୍ୟାଚରେ ୟାମାଗୁଚି ଓ ସିନ୍ଧୁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

ପ୍ରଥମ ଗେମକୁ ସିନ୍ଧୁ ସହଜରେ ୨୧-୧୩ରେ ଜିତି ନେଇଥିଲେ । ୨ୟ ଗେମରେ ୟାମାଗୁଚି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଗୋଟିଏ ସମୟରେ ସେ ସିନ୍ଧୁଙ୍କୁ ଟପିଯାଇଥିଲେ । ତେବେ ପୁଣି ଥରେ ସିନ୍ଧୁ ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ସହ ୨ୟ ଗେମକୁ ୨୨-୨୦ରେ ଜିତି ନେଇଥିଲେ ଓ ମ୍ୟାଚରେ ବିଜୟୀ ହୋଇଥିଲେ । ମାତ୍ର ୫୬ ମିନିଟ ଖେଳି ସେ ୟାମାଗୁଚିଙ୍କୁ ପରାସ୍ତ କରି ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.