ଲିଭିଯିବ ଜଙ୍ଗଲ ନିଆଁ!
ବର୍ଷା ଲିଭାଇବ ଜଙ୍ଗଲ ନିଆଁ । ଗତ କିଛି ଦିନ ହେବ ଶିମିଳିପାଳ ସମତେ ରାଜ୍ୟର ବିିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ବନବିଭାଗ ମଧ୍ୟ ନିଆଁକୁ ଆୟତ କରିବାରେ ଫେଳ ମାରିଛି । ତେବେ ଏତିକିବେଳେ ବର୍ଷା ଆଗମନ ଜଙ୍ଗଲ ନିଆଁ ଲିଭାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ଆସନ୍ତା ୪ ଦିନ ପର୍ୟ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହ ଗୁଜରାଟ, ମଧ୍ୟପ୍ରଦେଶ ପାର୍ଶ୍ବରୁ ଓଡ଼ିଆ ଉପର ଦେଇ ବଙ୍ଗୋପସାଗର ଆଡକୁ ଏକ ଟ୍ରପ୍ ଆସୁଛି । ଫଳରେ ୧୩ ତାରିଖ ମଧ୍ୟରେ ରାଜ୍ୟରେ ଘଡଘଡି ସହ ବର୍ଷା ହେବାରେ ସମ୍ଭାବନା ରହିଛି ।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ୧୧ ଓ ୧୨ ତାରିଖରେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଭଦ୍ରକ ଏବଂ ୧୩ ଓ ୧୪ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ । କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବାରେ କାଳବୈଶାଖୀ ବର୍ଷା ସହାୟକ ହୋଇପାରେ ।