ଶିମିଳିପାଳକୁ ଈଶ୍ୱର ସାହା
ଶିମିଳିପାଳରୁ ଆସିଛି ଆଶ୍ୱସ୍ତିକର ଖବର । ଦୀର୍ଘ କିଛି ଦିନ ହେବ ନିଆଁରେ ହୁତୁ ହୁତୁ ହୋଇ ଜଳୁଥିବା ଜଙ୍ଗଲ ଏବେ ସାମାନ୍ୟ ଥଣ୍ଡା ପଡିଛି । ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହୋଇଯାଇଛି। ଶିମିଳିପାଳର କିଛି ଅଂଚଳରେ ବର୍ଷା ହେବା ଖବର ଲୋକଙ୍କ ମନକୁ ଆଶ୍ୱସ୍ତ କରିଛି ।

ବିଶେଷକରି ପିଠାବଟା, ଠାକୁରମୁଣ୍ଡା, ବାଙ୍ଗିରିପୋଷୀ ସମେତ ଶିମିଳିପାଳର ୬ଟି ରେଞ୍ଜର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାଯାଇଛି ।ସକାଳୁ କୋହଲା ପାଗ ରହିବା ସହ ଆକାଶ ମେଘାଚ୍ଛନ ଥିଲା ।ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଅଳ୍ପ ସମୟ ପାଇଁ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି ।
ସେହିପରି ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟର (ଘଜଝଉ) ହାଇଦ୍ରାବାଦ ସାଟେଲାଇଟ୍ ଫଟୋଚିତ୍ର ଜାରି କରିଛି । ଯେଉଁଥିରେ ଶିମିଳିପାଳରେ ଲାଗିଥିବା ନିଆଁ ଆୟତ୍ତକୁ ଆସି ସାରିଥିବା ଦେଖାଯାଇଛି ।ଫରେଷ୍ଟ ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।