THE BYAPINI

ରାଇରଙ୍ଗପୁର: ବନ୍ଧା ପଡିଛି ମୋ ରାସନକାର୍ଡ..

Get real time updates directly on you device, subscribe now.

୪ ଛୁଆଙ୍କୁ ନେଇ କଷ୍ଟମଷ୍ଟେ ଚଳିଯାଉଥିଲେ ସ୍ୱାମୀ , ସ୍ତ୍ରୀ । ହେଲେ ହଠାତ ଆରପାରିକୁ ଚାଲିଗଲେ ସ୍ୱାମୀ । ଘରର ଜଣେ ରୋଜଗାରିଆ ଚାଲିଗଲା ପରେ ଏବେ ୪ ଛୁଆ ଓ ସ୍ତ୍ରୀଙ୍କ ଅବସ୍ଥା କହିଲେ ନସରେ । ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ଘରେ ଟଙ୍କାଟିଏ ନଥିବାରୁ ଶେଷରେ ରାସନକାର୍ଡ ବନ୍ଧା ପକାଇ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା କରିଥିଲେ ସ୍ତ୍ରୀ । ଏବେ ରାସନକାର୍ଡ ବନ୍ଧା ପଡିଥିବାରୁ ସରକାରୀ ଚାଉଳ ଗଣ୍ଡେ ମଧ୍ୟ ପାଇପାରୁନାହାନ୍ତି ରାଇରଙ୍ଗପୁର ୮ ନମ୍ବର ୱାର୍ଡର ମୃତ କୁନା ବେହେରାଙ୍କ ପରିବାର ।

ପ୍ରତିଦିନ ଖଟିକି ନିଜ ପରିବାର ଚଳାଉଥିଲେ ମୟୁରଭଂଜ ରାଇରଙ୍ଗପୁର ୮ ନମ୍ବର ୱାର୍ଡର କୁନା ବେହେରା । କୁନା ବେହେରା ତାଙ୍କ ପତ୍ନୀ ରେବତୀ ଓ ୪ ଛୁଆଙ୍କୁ ନେଇ ରହୁଥିଲେ । ହେଲେ ହଠାତ କିଛି ମାସ ତଳେ ଗଛ କାଟୁଥିବା ବେଳେ ଖସିପଡି ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ତାଙ୍କର ମୃତ୍ୟୁ ପରେ ଏବେ ୪ ଛୁଆ ଓ ବିଧବା ସ୍ତ୍ରୀ ଦିନେ ଖାଇଲେ ଦିନେ ଉପବାସ । ମାଗିଯାଚି ଯାହା ମିଳୁଛି ସେଥିରୁ ଚଳୁଛନ୍ତି । ହେଲେ ରାସନକାର୍ଡରେ ମିଳୁଥିବା ସରକାରୀ ଚାଉଳ ମଧ୍ୟ ଏବେ ସେ ପାଇବାରୁ ବଂଚିତ ହୋଇଛନ୍ତି । କାରଣ ସ୍ୱାମୀଙ୍କ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ପାଇଁ ରାସନକାର୍ଡକୁ ବନ୍ଧା ପକାଇଥିଲେ ସ୍ତ୍ରୀ ରେବତୀ ବେହେରା । ଏବେ ରାସନକାର୍ଡ ସାହୁକାର ପାଖରୁ ମୁକୁଳାଇବାରେ ବି ସେ ଅସମର୍ଥ । କାରଣ ଯେଉଁଠି ଦୁଇ ଓଳି ଖାଇବାକୁ ଟଙ୍କା ନାହିଁ ସେଠି ୩ ହଜାର ଟଙ୍କା ଦେଇ ବନ୍ଧା ପଡିଥିବା ରାସନକାର୍ଡ ମୁକୁଳାଇବା ତାଙ୍କ ପକ୍ଷେ କଷ୍ଟକର । ୭ ମାସ ହେବ ରେବତୀ ସରକାରଙ୍କଠାରୁ ମିଳୁଥିବା ଚାଉଳ ପାଇପାରୁନାହାନ୍ତି । ୪ଟି ଛୋଟ ପିଲାଙ୍କ ପେଟ ପୋଷିବା ପାଇଁ ସେ ଶ୍ରମିକ ଭାବେ କାମ କରୁଛନ୍ତି । ତେବେ ମହାମାରୀ ବେଳେ କାମଧନ୍ଦା ବି ସବୁବେଳେ ନମିଳିବାରୁ ଛୁଆମାନେ ପେଟପୁରା ଚାରି ଓଳି ଖାଇବି ପାରୁନାହାନ୍ତି ।

ତେବେ କେବେଳ ରେବତୀ ନୁହଁନ୍ତି ସେ ସାହିର ଅନେକ ଲୋକ ଏଭଳି ଆଧାରକାର୍ଡ ଓ ରାସନକାର୍ଡ ବନ୍ଧା ରଖିଥିବା ଜଣାପଡିଛି । ରାସନାକାର୍ଡ ବନ୍ଧା ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କିଭଳି ରେବତୀ ଓ ୪ ଛୁଆ ଚଳିବେ ସେ ନେଇ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.