THE BYAPINI

ଆଜି ରାଜସ୍ଥାନର ନୂଆ ମନ୍ତ୍ରୀ ନେଇପାରନ୍ତି ଶପଥ

Get real time updates directly on you device, subscribe now.

ଆଜି ରାଜସ୍ଥାନର ନୂଆ ମନ୍ତ୍ରୀ ନେଇପାରନ୍ତି ଶପଥ । ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବ । ଏହାପୂର୍ବରୁ ଶନିବାର ଯୋଜନା ମୁତାବକ ରାଜ୍ୟର ସବୁ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହାପରେ ସଂଧ୍ୟାରେ ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା ହେବା ସହ ନୂଆ ମନ୍ତ୍ରୀ ଶପଥ ନେବା ନେଇ ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀ ଗେହଲେଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ରହିଛି । ଏହାର ସମାଧାନ କରିବାକୁ ଯାଇ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିଷ୍ପତି କ୍ରମେ ଏହି ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେଉଛି । ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ଦିଲ୍ଲୀ ଯାଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହାପରେ ସଚିନ ପାଇଲଟ ମଧ୍ୟ କଂଗ୍ରେସର ଶୀର୍ଷ ନେତାଙ୍କୁ ଭେଟିଥିଲେ ।

ପୁରୁଣା ମନ୍ତ୍ରୀଙ୍କୁ ନେଇ ଗତ ସନ୍ଧ୍ୟାରେ ଶେଷ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ପରେ ସବୁ ମନ୍ତ୍ରୀ ନିଜ ପଦ ଛାଡ଼ିଛନ୍ତି। ଆଜି ରାଜଭବନରେ ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ନେବେ।

Get real time updates directly on you device, subscribe now.

Leave A Reply

Your email address will not be published.