ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା, ପାଣିକୁ ଖସିପଡିଲା ବର ଗାଡି
ରାଜସ୍ଥାନର କୋଟା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ନଦୀକୁ ଖସିଲା ବରଯାତ୍ରୀ କାର। ବିବାହ କରିବାକୁ ଯାଉଥିବା ବରଗାଡି ଦୁର୍ଘଟଣାଗ୍ରସ୍ତ । ବର ସହିତ ପ୍ରାଣ ହରାଇଲେ ୯ ଜଣ । ଗାଡିଟି ପାଣିରେ ଖସି ପଡିବାରୁ ୯ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହିତ ଜଣେ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାର ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ସେହି ସ୍ଥାନରେ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଟିମ ସାହାର୍ୟ୍ୟରେ କାରକୁ ପାଣିରୁ ବାହାର କରାଯାଇଛି । ଏବଂ ସେହି ସ୍ଥାନରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।
ବର ପକ୍ଷ ସୱାଇ ମାଧୋପୁରରୁ ବାହାରି ଉଜ୍ଜୟନୀକୁ ବରଯାତ୍ରୀ ନେଇ ଯାଉଥିଲେ। ଏହି ସମୟରେ କୋଟାରେ ନୟାପୁରା ପୋଲ ତଳକୁ କାର୍ଟି ଭାରସାମ୍ୟ ହରାଇ ଚମ୍ବଲ ନଦୀକୁ ଖସିପଡିଥିଲା। କାର୍ରେ ଥିବା ଲୋକମାନେ ଡୋର୍ ଖୋଲିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ।ଫଳରେ କାର୍ ଭିତରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣଙ୍କ ମୃତଦେହ ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସକାଳେ ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।