THE BYAPINI

ଟିକା ନେଲେ ରତନ ଟାଟା

Get real time updates directly on you device, subscribe now.

କରୋନା ଟିକାର ପ୍ରଥମ ଡୋଜ୍‌ ନେଲେ ପରେ ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟା । ଟିକାର ପ୍ରଥମ ଡୋଜ୍‌ ନେବା ପରେ ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟା କହିଲେ, ଟିକା ନେବା ଅତି ସହଜ ତଥା ଯନ୍ତ୍ରଣାହୀନ। ଅବିଳମ୍ବେ ସମସ୍ତେ ଏହି ଟିକା ନେଇ ସୁରକ୍ଷିତ ରହି ପାରିବେ ବୋଲି ରତନ ଟାଟା ଆଶା ପ୍ରକାଶ କରିଛନ୍ତି।
ଅଫିସିୟାଲ୍‌ ଟୁଇଟର୍‌ରେ ଘୋଷଣା କରି ସେ ଲେଖିଛନ୍ତି, ଆଜି ଟିକାକରଣର ପ୍ରଥମ ଡୋଜ୍‌ ନେଇ ଧନ୍ୟ ହେଲି । ଟିକା ନେବା ଖୁବ୍‌ ସହଜ ଓ ଯନ୍ତ୍ରଣାହୀନ। ଅବିଳମ୍ବେ ସମସ୍ତଙ୍କୁ ଟିକା ଦିଆଯାଇ ରକ୍ଷା କରାଯାଇ ପାରିବ ବୋଲି ମୁଁ ବାସ୍ତବରେ ଆଶା କରୁଛି।
ଜାନୁଆରି ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୮୨,୧୮,୪୫୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେଥିରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୫୩,୫୩୭ ଜଣ ହିତାଧିକାରୀ ଟିକା ନେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.