THE BYAPINI

ଛାତ ଉପରୁ ରଥଯାତ୍ରା ଦେଖିବା ମନା

Get real time updates directly on you device, subscribe now.

ଛାତ ଉପରୁ ରଥଯାତ୍ରା ଦେଖିବା ମନା । ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତିରେ ଆଜି କିଛିଟା ପରିବର୍ତନ କରାଯାଇଛି । ଛାତ ଉପରୁ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗୁ କରାଯାଇଛି । ବଡଦାଣ୍ଡର ଉଭୟ ପାଶ୍ୱରେ ଥିବା ଘର ଥିବା ବ୍ୟକ୍ତି ଛାତ ଉପରେ ରହି ରଥଯାତ୍ରା ଦେଖିବେନି । ଘର ଭିତରେ ରହିବେ ଶ୍ରଦ୍ଧାଳୁ ।

ପୁରୀ ବଡଦାଣ୍ଡରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା । ମହାମାରୀ କରୋନା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେଉଛି । ଗତବର୍ଷ ମଧ୍ୟ ଛାତ ଉପରୁ କେହି ରଥଯାତ୍ରା ଦେଖିପାରିବେନି ବୋଲି ବାରଣ କରାଯାଇଥିଲା । ହେଲେ ଚଳିତ ବର୍ଷ ପ୍ରଥମେ ବଡଦାଣ୍ଡର ଲୋକଙ୍କ କିଛି କଟକଣା କୋହଳ କରାଯାଇଥିବା ବେଳେ ଆଜି ପୁଣି ନିଷ୍ପତିରେ ପରିବର୍ତନ କରାଯାଇଛି । ବଡ଼ଦାଣ୍ଡରେ ଥିବା ହୋଟେଲ ସର୍ଭେ କରି ଖାଲି କରାଯିବ । ରଥଯାତ୍ରା ବେଳେ ଟାଉନରେ କର୍ଫ୍ୟୁ ବଳବତ୍ତର ରହିବ । ଗୋଟିଏ ରାତି ପୂର୍ବରୁ ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.