ରେଭ ପାର୍ଟିରେ ରେଡ୍: ଶାହାରୁଖଙ୍କ ପୁଅ ଅଟକ
ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଯାଉଥିବା ରେଭ ପାର୍ଟିରେ ଚଢାଉ । ଆଠ ଜଣଙ୍କ ସହ ବଲିଉଡର ଜଣେ ଜଣାଶୁଣା ଅଭିନେତାଙ୍କ ପୁଅକୁ ମଧ୍ୟ ଅଟକ ରଖାଯାଇଛି । ଶନିବାର ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଆଉ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅକୁ ଧରିଥିଲେ ଏନସିବି ଅଧିକାରୀ ।
ଏନ୍ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସୂଚନା ଅନୁଯାୟୀ, ଆର୍ୟ୍ୟନ ଖାନଙ୍କ ବିରୋଧରେ ଏପର୍ୟ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇ ନାହିଁ। ତାଙ୍କ ଫୋନ୍ ସିଜ୍ କରାଯାଇଛି। ସେ ପାଖରେ ଡ୍ରଗ୍ସ ରଖୁଥିଲେ କି ନାହିଁ ତା’ର ତଦନ୍ତ କରାଯାଉଛି। ସେହିପରି ସେ ଡ୍ରଗ୍ସ ସେବନ କରୁଥିଲେ କି ନାହିଁ, ସେ ନେଇ ମଧ୍ୟ ଯାଞ୍ଚ ଚାଲିଛି। ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍ସିବି ଚଢ଼ାଉ କରି ଅନେକ ପ୍ରକାରର ଡ୍ରଗ୍ସ ବା ନିଶା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ଅଟକଙ୍କ ମଧ୍ୟରେ ବଲିଉଡ୍ ଅଭିନେତା ଶକ୍ତି କପୁରଙ୍କ ପୁଅ ଥିବା ମଧ୍ୟ କୁହାଯାଉଛି। ସେହିପରି ଅଟକଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି, ଯେଉଁମାନେ ଏହି ରେଭ୍ ପାର୍ଟିରେ ଯୋଗ ଦେବା ପାଇଁ ଦିଲ୍ଲୀରୁ ଆସିଥିଲେ।ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ଦୁଇ ଦିନ ପାଇଁ ପାର୍ଟି ଯୋଜନା କରାଯାଇଥିଲା ।