ଆଜି ୪୫ଟି ସ୍ଥାନରେ ଚାଲିଛି ସାନି ମତଦାନ
ଆଜି ୪୫ ଟି ସ୍ଥାନରେ ଚାଲିଛି ସାନି ମତଦାନ । ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ଆଜି ସାନି ମତଦାନ ହେଉଛି । ସକାଳ ୯ଟାରୁ ୩ଟା ମଧ୍ୟରେ ଏହି ଭୋଟଦାନ ହେବ । ଏହି ବୁଥଗୁଡିକରେ ଗଣ୍ଡଗୋଳ ଓ ଅନିୟମିତତା ଅଭିଯୋଗ ଆସିବା ପରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ନିର୍ବାଚନ କମିଶନ ।
ଯାଜପୁର, ଧର୍ମଶାଳା, ଦଶରଥପୁର, ବଡ଼ଚଣା । ପୁରୀ ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣ ପ୍ରସାଦ ଓ କଣାସରେ ଆଜି ସାନି ମତଦାନ ଚାଲିଛି । ବାଲେଶ୍ବର ବସ୍ତା, ଢେଙ୍କାନାଳ ଗନ୍ଦିଆ , ବୌଦ୍ଧର ରୋକ୍ସାରେ ମଧ୍ୟ ରି ପୋଲିଂ ଚାଲିଛି । ସେହିପରି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ, ଜଗତସିଂହପୁରର ଜଗତପୁର ବ୍ଲକ, କେନ୍ଦୁଝରର ତେଲକୋଇ, ମୟୂରଭଞ୍ଜ କପ୍ତିପଦା ଓ ସୁଲିଆପଦାରେ ସାନି ମତଦାନ ଚାଲିଛି
ସେପଟେ ଆସନ୍ତାକାଲି ପଂଚମ ତଥା ଶେଷ ପର୍ୟ୍ୟାୟ ପଂଚାୟତ ଭୋଟ ହେବ । ଏହି ଫେଜରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହେବ । ୯୭୫ ଗ୍ରାମ ପଂଚାୟତର ୧୩ ହଜାର ୫୧୪ ବୁଥରେ ଭୋଟ ପଡିବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଶେଷ ପର୍ୟ୍ୟାୟରେ ଜିତାପଟ ପାଇଁ ପ୍ରାର୍ଥୀ, ଦଳ ଓ କର୍ମୀ ପୁରା ଦମ ଲଗାଇଦେଇଛନ୍ତି ।