THE BYAPINI

ସୁସ୍ଥ ଅଧିକ, ସଂକ୍ରମଣ କମ

Get real time updates directly on you device, subscribe now.

ଭୂତାଣୁ ଭୟ ଭିତରେ ରାଜ୍ୟ ପାଇଁ ଭଲ ଖବର । କମୁଛି ସଂକ୍ରମଣ ଆଉ ବଢୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ୧୧ ହଜାର ୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୧୯୨୧ ଆକ୍ରାନ୍ତ ଅଛନ୍ତି । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୧ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୯୬, କଟକରୁ ୧୦୫୨, କଳାହାଣ୍ଡିରୁ ୫୭୫, ଅନୁଗୁଳରୁ ୫୬୨, ସମ୍ବଲପୁରରୁ ୫୩୩, ବରଗଡ଼ରୁ ୪୫୭, ଝାରସୁଗୁଡାରୁ ୪୪୨, ପୁରୀରୁ ୪୩୩, ବଲାଙ୍ଗୀରରୁ ୩୧୮, ନବରଙ୍ଗପୁରରୁ ୩୧୬, କେନ୍ଦୁଝରରୁ ୩୧୫, ବୌଦ୍ଧରୁ ୨୭୮, ବାଲେଶ୍ୱରରୁ ୨୬୦, ଯାଜପୁରରୁ ୨୩୭, ଗଂଜାମରୁ ୨୩୩,ନୂଆପଡାରୁ ୨୨୯, କେନ୍ଦ୍ରାପଡାରୁ ୨୦୩, ଦେଓଗଡ଼ରୁ ୧୯୯, ମୟୁରଭଞ୍ଜରୁ ୧୭୯, ନୟାଗଡ଼ରୁ ୧୭୪, ଜଗତସିଂହପୁରରୁ ୧୪୨, ରାୟଗଡାରୁ ୧୩୭, ସୋନପୁରରୁ ୧୩୪, ଢେଙ୍କାନାଳରୁ ୧୨୯, ଗଜପତିରୁ ୧୨୦, କୋରାପୁଟରୁ ୧୨୦, କନ୍ଧମାଳରୁ ୮୫, ଭଦ୍ରକରୁ ୮୩, ମାଲକାନଗିରିରୁ ୫୮ ଏବଂ ଷ୍ଟେଟ ପୁଲରୁ ୩୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ଭୁବନେଶ୍ୱରରେ ଅଧିକ ସୁସ୍ଥ ହୋଇଥିବା ବେଳେ ସଂକ୍ରମଣ କମ ରହିଛି । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୮୬୪ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୭୩୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ ୬୨,୪୯୮ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୫୦,୧୬୦ ଜଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.