THE BYAPINI

ମାଗଣା ମିଳିବ କରୋନା ଟିକା

Get real time updates directly on you device, subscribe now.

ଓଡ଼ିଶାବାସୀଙ୍କୁ ମିଳିବ ମାଗଣା ଟିକା। ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ୧୮ ବର୍ଷରୁ ୪୫ ବର୍ଷର ଲୋକ ମାଗଣାରେ ନେବେ କୋଭିଡ୍ ଟିକା । ଟିକାକରଣ ପାଇଁ ରାଜ୍ୟ ସରକାର ମୋଟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ଦେଇଛନ୍ତି । ଦେଶର ୧୦ରୁ ଅଧିକ ରାଜ୍ୟ ମାଗଣା ଟିକା ଦେବା ପାଇଁ ଘୋଷଣା କରିସାରିଥିବା ବେଳେ ,ରାଜ୍ୟବାସୀଙ୍କୁ ଟିକା ପାଇଁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ସୀମା ଟପିବାକୁ ଲାଗିଲାଣି । ସାରା ଭାରତ ଏବେ କଠିନ ସମୟ ଦେଇ ଗତି କରୁଛି । ମହାରାଷ୍ଟ୍ର, ଛତିଶଗଡ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଆସାମ, ଝାଡଖଣ୍ଡ ଆଦି ରାଜ୍ୟରେ ସ୍ଥିତି ଗମ୍ଭୀର ରହିଛି । ଓଡିଶା ୬ଟି ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଉଛି । ଆଗକୁ ମଧ୍ୟ ଏହା ଜାରି ରହିବ । ଆମ ପାଇଁ ପ୍ରତିଟି ଜୀବନ ଗୁରୁତ୍ୱପୂର୍ଣ୍ଣ । ଆମକୁ ଆଉ ଲକଡାଉନ୍ ଓ ସଟଡାଉନ୍ ସ୍ଥିତିକୁ ଯିବାର ନାହିଁ ବୋଲି ନବୀନ କହିଛନ୍ତି ।

ମେ’ ପହିଲାରୁ ଆହୁରି ବ୍ୟାପକ ହେବାକୁ ଯାଉଛି ଦେଶରେ ଟିକାକରଣ ଅଭିଯାନ । ତୃତୀୟ ପର୍ୟ୍ୟାୟରେ ୧୮ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେଉଥିବା ବେଳେ ୧୦ରୁ ଅଧିକ ରାଜ୍ୟରେ ମାଗଣାରେ କରୋନା ଟିକା ଦେବା ପାଇଁ ଘୋଷଣା ହୋଇଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଆସାମ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟରେ ମାଗଣା ଟିକା ଦେବା ପାଇଁ ଘୋଷଣା ହୋଇଥିବା ବେଳେ ଓଡ଼ିଶାରେ ମାଗଣା ଟିକା ଦେବା ନେଇ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.

Leave A Reply

Your email address will not be published.