THE BYAPINI

ମେ’୧ରୁ କେମିତି ନେବେ ଟିକା?

Get real time updates directly on you device, subscribe now.

ଦେଶରେ ଗୋଟେ ପଟେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରାଯାଉଛି । କିଭଳି ଅଧିକରୁ ଅଧିକ ଲୋକ ଟିକା ନେଇପାରିବେ ତା ଉପରେ ସରକାର ଫୋକସ ଦେଉଛନ୍ତି । ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ସମସ୍ତେ ଟିକା ନେଇପାରିବେ । ତେବେ କେମିତି ନେବେ ଟିକା, ଟିକା ନେବାକୁ କଣ କରିବାକୁ ପଡିବ ଆସନ୍ତୁ ଜାଣିବା ।

୧.ଆସନ୍ତା ୨୮ରୁ ତୃତୀୟ ପର୍ୟ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ ହେବ
୨.ଟିକାକରଣ ପାଇଁ କୋ-ୱିନ୍ ଆପରେ ପଞ୍ଜିକରଣ କରିପାରିବେ
୩.କୋ-ୱିନ୍ ଆପରେ ଗୋଟିଏ ପଞ୍ଜିକରଣ ଓ ଆପଏଣ୍ଟମେଣ୍ଟ ପ୍ରକ୍ରିୟା ରହିଛି
୪.ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲଟ୍ ବୁକ୍ କରାଯିବ
୫. ଟିକା ଆସିବା ପରେ କେଉଁ ଦିନ କେଉଁଠି ନେବେ ମେସେଜରେ ଜଣାଯିବ

ରାଜ୍ୟ ସରକାରଙ୍କୁ ତୃତୀୟ ପର୍ଯ୍ୟାୟରେ ସମସ୍ତଙ୍କୁ ମାଗଣାରେ ଟିକା ମିଳିବ ବୋଲି ଘୋଷଣା କରିଛନ୍ତି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ କେଉଁ ପ୍ରକ୍ରିୟାରେ ହେବ ତାହା ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହେବ । ଯେତିକି ପରିମାଣର ଟିକା ମିଳିବ ତାହା ଉପରେ ତୃତୀୟ ପର୍ୟ୍ୟାୟ ଟିକାକରଣ ନିର୍ଭର କରିବ । ଆମେ ଦୁଇଟି କମ୍ପାନୀକୁ ଟିକା ଯୋଗାଈ ଦେବା ପାଇଁ ଚିଠି ଲେଖିଛୁ ମାତ୍ର କିଛି ଉତ୍ତର ଆସିନି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୫ ହଜାର ୩୮୦ ଡୋଜ ଦିଆଯାଇଛି । ଆଜି ୫୪୦ କେନ୍ଦ୍ରରେ ଟିକାକରଣ ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.