THE BYAPINI

ଆଜି ପଞ୍ଚଭୂତରେ ବିଲୀନ ହେବେ ଜେନେରାଲ ବିପିନ ରାଓ୍ୱତ

Get real time updates directly on you device, subscribe now.

ଆଜିି ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କର ହେବ ଅନ୍ତିମ ସଂସ୍କାର । ଏହା ପୂର୍ବରୁ ଦୁଇ ପାର୍ଥିବ ଶରୀରକୁ ସାଧାରଣ ଲୋକେ ସିଡିଏସଙ୍କ ଦିଲ୍ଲୀସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ କରିପାରିବେ । ସକାଳ ୧୧ଟାରୁ ୧୨ଟା ୩୦ ମଧ୍ୟରେ ସାଧାରଣ ଲୋକ ଶେଷ ଦର୍ଶନ କରିପାରିବେ । ଏହାପରେ ମଧ୍ୟାହ୍ନ ୧୨ଟା ୩୦ରୁ ଗୋଟାଏ ୩୦ ମଧ୍ୟରେ ସେନା ଅଧିକାରୀ ଏବଂ ସଦସ୍ୟ ଶେଷ ସମ୍ମାନ ଜଣାଇବେ । ଅପରାହ୍ନ ୨ଟାରୁ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୪ଟା ସୁଦ୍ଧା ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ରହିଛି ।

ଗତକାଲି ସଂଧ୍ୟାରେ ତାମିଲନାଡୁରୁ ଦିଲ୍ଲୀରେ ପହଂଚିଥିଲା ଜେନେରାଲ ବିପିନ ରାଓ୍ୱତଙ୍କ ମର ଶରୀର । ଜେନେରାଲ ବିପିନ ରାୱତଙ୍କ ସହ ଚପର ଦୁର୍ଘଟଣାରେ ମୃତ ଅନ୍ୟ ସମସ୍ତଙ୍କ ପାର୍ଥୀବ ଶରୀର ବି ଦିଲ୍ଲୀ ଅଣାଯାଇଥିଲା । ପାଲମ ଏୟାର ବେସରେ ସମସ୍ତଙ୍କ ମରଶରୀର ପହଞ୍ଚିଥିଲା ।ଏହାପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନା ମୁଖ୍ୟ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଜେନରାଲ ରାଓ୍ୱତଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଣେ ଭୟଙ୍କର ଦୁର୍ଘଟଣାରୁ ଏକମାତ୍ର ଜୀବିତ ଥିବା ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ତାମିଲନାଡୁର ୱେଲିଂଟନ ସ୍ଥିତ ସେନା ହସ୍ପିଟାଲରୁ ବେଙ୍ଗଳୁରୁ ସ୍ଥାନ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.