THE BYAPINI

ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ

Get real time updates directly on you device, subscribe now.

ସରକାରୀ ସ୍କୁଲ ଏବଂ ଘରୋଇ ଇଂରାଜୀ ମିଡିୟମ ସ୍କୁଲ ମଧ୍ୟରେ ତାରତମ୍ୟ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ରାଜ୍ୟରେ ଥିବା ଡାକ୍ତରୀ, ଇଂଜିନିୟରିଂ ପରି ଉଚ୍ଚଶିକ୍ଷା ଅନୁଷ୍ଠାନରେ ସଂରକ୍ଷଣ ମିଳିବ । ଡାକ୍ତରୀ ଏବଂ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା କ୍ଷେତ୍ରରେ ସରକାରୀ ସ୍କୁଲର ପିଲାଙ୍କ ପାଇଁ ସଂରକ୍ଷଣ ରଖିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟ କ୍ୟାବିନେଟରେ ଏହି ସଂକଳ୍ପ ପାରିତ ହୋଇଛି ।

ସରକାର କହିଛନ୍ତି,ଜେଇଇ ଓ ନିଟ ପରେ ଏକକ ପରୀକ୍ଷା ବ୍ୟବସ୍ଥା ଆସିବା ପରେ ସରକାରୀ ସ୍କୁଲର ପିଲାମାନେ ଭଲ ପ୍ରଦର୍ଶନ କରୁନାହାନ୍ତି । କାରଣ ଓଡିଶାର ଗ୍ରାମାଚଂଳରେ ଭଲ କୋଚିଂ ସେଂଟର ନାହିଁ । ଏହି ତାଲିମ ପାଇଁ କୋଚିଂ ସେଣ୍ଟରର ଆବଶ୍ୟକତା ରହିଛି । କିମ୍ବା ସେମାନଙ୍କର ମେଧାକୁ ବଢାଇବା ଭଳି ବ୍ୟବସ୍ଥା ବି ନାହିଁ । ତେଣୁ ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହାକୁ ଦୂର କରିବା ପାଇଁ ସରକାରୀ ସ୍କୁଲର ପିଲାମାନଙ୍କୁ ସଂରକ୍ଷଣ ଦେବାର ଆବଶ୍ୟକତା ରହିଛି । ରାଜ୍ୟ କ୍ୟାବିନେଟରେ ଆଜି ଏହି ପ୍ରସ୍ତାବ ଉପରେ ମୋହର ବାଜିଛି । କିଛି ଦିନ ପୂର୍ବେ ବିଜେଡିର ରାଜ୍ୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଥିଲା ।

ଆଗାମୀ ବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ କ୍ୟାବିନେଟରେ ନିଷ୍ପତି ହୋଇଛି ।
ଏଥିପାଇଁ ଏକ ଉଚ୍ଚ କ୍ଷମତାପୂର୍ଣ୍ଣ କମିଟି ଗଠନ କରାଯିବ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ । ୩ ମାସରେ ସରକାରଙ୍କୁ ରିପୋର୍ଟ ଦେବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି । କମିଟି ସୁପାରିସକୁ ଆଗାମୀ ଶିକ୍ଷାବର୍ଷରୁ କାର‌୍ୟ୍ୟକାରୀ କରାଯିବ । ବର୍ତମାନ ଓଡିଶର ବିଭିନ୍ନ ସରକାରୀ ସ୍କୁଲରୁ ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଇଂରାଜୀ ମିଡିୟମ ସ୍କୁଲରୁ ୩୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.