‘ସଂରକ୍ଷଣ ତାଲିକା ଖୁବ ଶୀଘ୍ର’
ଆଗେଇଲା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା । ଖୁବ ଶୀଘ୍ର ପ୍ରକାଶ ପାଇବ ସଂଶୋଧିତ ସଂରକ୍ଷଣ ତାଲିକା । ନିର୍ବାଚନ ଆୟୋଗଙ୍କ ନିକଟରେ ଖୁବଶୀଘ୍ର ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର । ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରି ସାରିଛି। ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।
ସମସ୍ତ ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ ଆୟୋଗଙ୍କୁ ଦିଆଯିବ । କୋର୍ଟଙ୍କ ନିର୍ଦେଶ ଅନୁସାରେ ସମସ୍ତ ପ୍ରକ୍ରିୟା ହେଉଥିବାରୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଛି । ସଂରକ୍ଷଣ ୫୦ ପ୍ରତିଶତ ଟପିବନି ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ତେଣୁ ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ । ଏନେଇ ସମସ୍ତ ପ୍ରକ୍ରିୟା ପଞ୍ଚାୟତିରାଜ ବିଭାଗ ଶେଷ କରିଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।