THE BYAPINI

କାହିଁକି ବଦଳିଲେ ପ୍ରେମଚନ୍ଦ୍ର ଚୌଧୁରୀ?

Get real time updates directly on you device, subscribe now.

ମହାମାରୀ ଭଳି ସଂକଟ ସମୟରେ ଆଇଏଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । କରୋନା ଲଢେଇର ଅଧାରୁ ବଦଳିଛନ୍ତି ବିଏମସି କମିସନର । ତେବେ ହଠାତ କାହଁକି ବଦଳିଲେ ପ୍ରେମଚନ୍ଦ୍ର ଚୌଧୁରୀ ? ଏହା ପଛରେ କାରଣ କଣ? ତେବେ କରୋନା ମୁକାବିଲାର ବିଫଳତା ଏହାର କାରଣ ନୁହେଁ ତ ? ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହା ପଛରେ ରହିଛି ଏକ ସାଂଘାତିକ ଦିଗ । ଯଦିଓ ଏହା କେବଳ ଚର୍ଚ୍ଚାର ପରିଧି ଭିତରେ ରହିଛି ତଥାପି ଏହା ଉପରେ ଅଧିକ ସ୍ପଷ୍ଟତା ଆସିନାହିଁ ।

() ରାଜ୍ୟରେ ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଖୋର୍ଦ୍ଧାରୁ ପ୍ରତିଦିନ ସର୍ବାଧିକ ପଜିଟିଭ ହେଉଛନ୍ତି । ଆଉ ଏଥିରୁ ଅଧିକାଂଶ ଆକ୍ରାନ୍ତ ହେଉଛି ଭୁବନେଶ୍ୱରର । ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ କରିବା ପାଇଁ ବିଏମସି ବିଭିନ୍ନ କଟକଣା ଲଗାଇଥିଲେ ମଧ୍ୟ ଏଯାଏ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ । ରାଜଧାନୀରେ କରୋନା ଚେନକୁ ବ୍ରେକ କରିବାରେ ବିଏମସି ଫେଲ ମାରିଛି । ତେଣୁ ପ୍ରେମଚନ୍ଦ୍ର ଚୌଧୁରୀ ହଠାତ ବଦଳିପଛରେ ଏହା କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଜାଗାରେ ବିଏମସି କମିସନର ଭାବେ ସଂଜୟ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ୧୯୯୭ ବ୍ୟାଚର ସଂଜୟ କୁମାର ସିଂଙ୍କୁ ବିଏମସି କମିସନର ଭାବେ ନିଯୁକ୍ତ କରାଯାଇଛି ।ବିଏମସି କମିସନର ସହ ବିଡିଏ ଉପାଧ୍ୟକ୍ଷ ଭାବେ ମଧ୍ୟ ସଂଜୟ କୁମାର ସିଂଙ୍କୁ ଅତରିକ୍ତ ଦାୟିତ୍ୱ ମିଳିଛି । ଏହା ସହ ତାଙ୍କୁ ସ୍କାର୍ଟ ସିଟି ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି । ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଅଛନ୍ତି ସଂଜୟ ସିଂ ।

ସେହିପରି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ଦାୟିତ୍ୱ ଦିଆଯାଇଛି । ଜିଏ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତରିକ୍ତ ଦାୟିତ୍ୱ ମିଳିଛି । ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷାର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ତ ସଚିବ କ୍ରୀଷନ କୁମାରଙ୍କୁ ଅତିରିକ୍ତ ଇଡକୋ ସିଏମଡି ଭାବେ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.