THE BYAPINI

ବନ୍ଦ ହେଲା ଜଗା ଦର୍ଶନ

Get real time updates directly on you device, subscribe now.

ପୁଣି ଭକ୍ତଙ୍କ ପାଇଁ ବନ୍ଦ ହେଲା ଜଗା ଦୁଆର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ମେ ୧୫ ପର୍ୟ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି ।ମେ’ ୧୫ ତାରିଖ ପର୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେନି କି ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି। ଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଯଥାବିଧି ଚାଲିବ ।

କିଛି ଦିନର ବ୍ୟବଧାନ ପରେ ପୁଣି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ମେ ୧୫ ଯାଏଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇଛି ପ୍ରଶାସନ ।ରାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଖାସ୍‌ କରି କିଛି ସେବାୟତ କରୋନାରେ ସଂକ୍ରମିତ ହୋଇଥିଲେ । ଯାହାକୁ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଥିଲା । ସେହିପରି ପୁରୀରେ ମଧ୍ୟ କୋଭିଡ଼ ସଂକ୍ରମଣର ବଢିବାରେ ଲାଗିଛି ।ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଶ୍ରୀନ୍ଦିରର ଦର୍ଶନ ପାଇଁ ନୂଆ ଏସଓପି ନିର୍ଦ୍ଧାରଣ କରିବାକୁ ଆଜି ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲରେ ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପି ଓ ଛତିଶାନିଯୋଗ ସେବାୟତ ଯୋଗ ଦେଇଥିଲେ । ବୈଠକରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ଛତିଶାନିଯୋଗର ସମସ୍ତ ସେବାୟତ ।

କରୋନା ଭୂତାଣୁର ଶୀଘ୍ର ଚିହ୍ନଟ ଏବଂ ପ୍ରଭାବଶାଳୀ ଚିକିତ୍ସା ଯୋଗାଇ ଦେବା ପାଇଁ ସେବାୟତଙ୍କ ପରିବାର ଏବଂ ମନ୍ଦିର ଅଧିକାରୀଙ୍କର ନିୟମିତ ସ୍କ୍ରିନିଂ ଏବଂ ପରୀକ୍ଷା କରାଯିବ।ଆବଶ୍ୟକତା ଅନୁଯାୟୀ ନୀଳାଚଳ ଯାତ୍ରୀ ନିବାସରେ କାର୍ୟ୍ୟକ୍ଷମ ହୋଇଥିବା କୋଭିଡ କେୟାର ସେଣ୍ଟର ଆହୁରି ମଜବୁତ ହେବ। ଏହା ସହିତ କୋଭିଡ କେୟାର ସେଣ୍ଟରର ନିରନ୍ତର ସମୀକ୍ଷା କରାଯିବ।ଯେଉଁମାନେ ମହାପ୍ରଭୂଙ୍କ ଦୈନିକ ସେବା-ପୂଜାରେ ଜଡିତ ରହିବେ ଏବଂ ରଥ ନିର୍ମାଣରେ ଜଡିତ ରହିବେ ସେମାନଙ୍କ ଟିକାକରଣ ଉପରେ ଧ୍ୟାନ ଦିଆଯିବ।

ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ମାସ୍କ, ସାନିଟାଇଜର କିଣି ମହଜୁଦ୍ ରଖିବାକୁ ନିଷ୍ପତ୍ତି ହୋଇଛି ।ରଥ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ରଥ ପରମ୍ପରା ଅନୁଯାୟୀ ଜାରି ରହିବ। ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ସମୟରେ ମାସ୍କ ଏବଂ ସାନିଟାଇଜର କ୍ରୟ ପାଇଁ ଅଗ୍ରୀମ ପଦକ୍ଷେପ ଗ୍ରହଣ କରିବ।

Get real time updates directly on you device, subscribe now.

Leave A Reply

Your email address will not be published.