ମଣିପୁରରେ ଆତଙ୍କବାଦୀ ଆକ୍ରମଣ
ମଣିପୁରରେ ଆତଙ୍କବାଦୀ ଆକ୍ରମଣ । ଆକ୍ରମଣରେ ୬ ଜଣଙ୍କ ଜୀବନ ନେଇ ଯାଇଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ଆକ୍ରମଣରେ କମାଣ୍ଡିଂ ଅଫିସର ଓ ୩ ଜଣ ଯବାନ ସହିଦ ହୋଇଛନ୍ତି। ଏଥିସହ କମାଣ୍ଡିଂ ଅଫିସରଙ୍କ ସ୍ତ୍ରୀ ଓ ପୁଅଙ୍କ ଜୀବନ ମଧ୍ୟ ଚାଲି ଯାଇଛି ।
ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁର ଜିଲ୍ଲାରେ ଆତଙ୍କବାଦୀମାନେ ହମ୍ଲା କରିଥିବା ସୂଚନା ମିଳିଛି। ଆସାମ ରାଇଫଲ ଯବାନଙ୍କ ଟ୍ରୁପ୍ ଯାଉଥିବା ବେଳେ ଆତଙ୍କବାଦୀମାନେ ହଠାତ୍ ଏହି ଆକ୍ରମଣ କରିଥିଲେ । ଆକ୍ରମଣ ପଛରେ ମଣିପୁର ପିପୁଲ୍ସ ଲିବେରେସନ ଆର୍ମିର ହାତ ଥିବା ସନ୍ଦେହ କରାଯାଉଛି ।
ଏହି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ନଙ୍ଗଥୋମବାମ୍ ବିରେନ୍ ସିଂ । ଆତଙ୍କବାଦୀଙ୍କ ଏହି ଆକ୍ରମଣର କଡା ଜବାବ ଦିଆଯିବ ବୋଲି ସେ କହିଛନ୍ତି ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆକ୍ରମଣକୁ ନିନ୍ଦା କରିଛନ୍ତି । କହିଛନ୍ତି ଏଭଳି ଆକ୍ରମଣ ଭୀରୁତାର ପରିଚୟ ।