ସିସିଟିଭିରେ ସିରିଜ ଦୁର୍ଘଟଣାର ଦୃଶ୍ୟ
ରାଜଧାନୀ ପଳାଶୁଣିରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ୍ । ୪ଟି ଗାଡିକୁ ଧକ୍କା ଦେଇଛି ହାଇୱା । ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିଲା ସମସ୍ତ ଗାଡି । ୩ଟି କାର ଓ ଗୋଟିଏ ବାଇକକୁ ଚାପି ଦେଇଛି ଟ୍ରକ । ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ କାର୍ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ରାସ୍ତା ପାର୍ଶ୍ୱରେ ଥିବା ଏକ ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣାର ଭୟାନକ ଚିତ୍ର। ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବାବେଳେ ଏକ ଟ୍ରକ ଅଟକିଯାଇଥିଲା । ପରେ ଦୁଇଟି କାର ପଛରେ ଅଟକିଯାଇଥିଲେ । କିନ୍ତୁ ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳା ରଙ୍ଗର ହାଇୱା ଏକ କାରକୁ ଧକ୍କା ଦେଇଥିଲା। ତା ପରେ ନୀଳରଙ୍ଗର କାର କୁ ପଛ ପଟୁ ଏକଦମ ଚାପି ଦେଇଥିଲା । ଫଳରେ ଧଲା ରଙ୍ଗର କାରଟି ସାଇଡ ହୋଇ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିବା ବେଳେ ନୀଳ ରଙ୍ଗର କାରଟି ସେଇଠାରେ ଚେପା ହୋଇଯାଇଥିଲା । ଏବଂ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରେ ଜୀବନ ହାରିଥିଲେ ।
ପାଖାପାଖି ୫ ଘଣ୍ଟା ହେଲାଣି ଅସମ୍ଭବ ଭିଡ଼ ଲାଗିରହିଥିଲା । କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କଟର ସାହାଯ୍ୟରେ କାଟି ମୃତ ଦେହକୁ ଉଦ୍ଧାର କରାଯାଇଥିଲା।