THE BYAPINI

ସାମୟିକ ଭାବେ ୟୁକ୍ରେନରେ ଯୁଦ୍ଧ ବନ୍ଦ କଲା ରୁଷ

Get real time updates directly on you device, subscribe now.

ରୁଷ ପକ୍ଷରୁ ୟୁକ୍ରେନରେ ସାମୟିକ ଭାବେ ଯୁଦ୍ଧ ବିରତି ଲାଗୁ କରାଯାଇଛି। ଯୁଦ୍ଧ ଯୋଗୁ ଅନେକ ସାଧାରଣ ଲୋକ ବିଭିନ୍ନ ସହରରେ ଫସି ରହିଛନ୍ତି। ଘନଘନ ବୋମା ବର୍ଷଣ ଯୋଗୁ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇ ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରୁଷ ସରକାର ଖାରକିଭ ଓ ଆଉ ଗୋଟିଏ ସହରରେ ସାମୟିକ ଭାବେ ଅସ୍ତ୍ରବିରତି ଲାଗୁ କରିଥିବା ଜଣାପଡ଼ିଛି। ଏହି ଅସ୍ତ୍ର ବିରତି ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ପାଇବେ। ବିଶେଷ କରି ମହିଳା, ଛୋଟ ପିଲା ଓ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବା ପାଇଁ କୁହାଯାଇଛି। ଯୁଦ୍ଧ ବିରତି ଶେଷ ହେବା ପରେ ରୁଷ ପୁଣିଥରେ ତା’ର ଉଗ୍ର ରୂପ ଦେଖାଇବ।
ଋଷ ପକ୍ଷରୁ ୨ଟି ସହର ପାଇଁ ଘୋଷଣା ହେଲା ଅସ୍ତ୍ରବିରତି । ୫ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କଲା ଋଷ । ବୋଲୱାଖା ଓ ମାରିୟୁପୋଲରେ ଅସ୍ତ୍ରବିରତି ଘୋଷଣା । ଭାରତୀୟ ସମୟ ଦିନ ୧୨ଟା ୩୦ରୁ ଅସ୍ତ୍ରବିରତି ଆରମ୍ଭ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.