THE BYAPINI

ଋଷ ବଢାଇଲା ସହାୟତାର ହାତ

Get real time updates directly on you device, subscribe now.

ଋଷ ବଢାଇଲା ସହାୟତାର ହାତ । ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଋଷ ପ୍ରଥମ ପର୍ୟ୍ୟାୟରେ କିଛି ମେଡିକାଲ ସାମଗ୍ରୀ ଭାରତ ପଠାଇଛି । ଦୁଇଟି ବିମାନରେ ଭାରତ ପାଇଁ ମାନବୀୟ ସହାୟତା ପ୍ରେରଣ କରିଛି ଋଷ । ୨ ଟି ବିମାନରେ ୨୦ ଟି ଅକ୍ସିଜେନ କଂସେଟେଟର, ୭୫ ଟି ଭେଣ୍ଟିଲେଟର, ୧୫୦ ବେଡସାଇଡ ମନିଟର ଓ କିଛି ଔଷଧ ଧରି ଦୁଇଟି ବିମାନ ଆଜି ଭାରତରେ ପହଂଚିଛି ।

ବିମାନ ଦୁଇଟି ଗନ୍ତବ୍ୟ ପଥରେ ଯାତ୍ରା କରୁଥିବା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‌‌ ଯୋଗେ ଭାରତରେ କୋଭିଡ୍‌-୧୯ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଏ ସଂକ୍ରାନ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଭାରତବାସୀ ଓ ଭାରତ ସରକାରଙ୍କ ପ୍ରତି ରାଷ୍ଟ୍ରପତି ପୁତିନ୍‌ ସହଯୋଗ ବ୍ୟକ୍ତ କରି ଜଣାଇଛନ୍ତି ଯେ, ଏ ବାବଦରେ ରୁଷ୍‌ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁତିନ୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଗୁରୁତ୍ବାରୋପ କରି କହିଲେ ଯେ, ଭାରତ ପାଇଁ ରୁଷ୍‌ର ଏହି ତ୍ବରିତ ସହାୟତା ହେଉଛି ଆମ ପୁରାତନ ବନ୍ଧୁତ୍ବର ସଙ୍କେତ। ଦୁଇ ନେତା ଭାରତରେ ‘ସ୍ପୁଟ୍‌ନିକ୍‌-୫’ ଟିକାର ଜରୁରୀକାଳୀନ ବ୍ୟବହାର ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ। ମେ ୧ରୁ ଭାରତରେ ରୁଷୀୟ କୋଭିଡ୍‌ ଟିକା ‘ସ୍ପୁଟ୍‌ନିକ୍‌-୫’ ମିଳିବ।

ଭାରତର ଏହି ସଂକଟ ସମୟରେ ପୂର୍ବରୁ ଆମେରିକା, ଋଷ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ଆୟାରଲ୍ୟାଣ୍ଡ, ବେଲଜିୟମ, ରୋମାନିଆ, ସିଙ୍ଗାପୁର, ପର୍ତ୍ତୁଗାଲ, ସ୍ୱିଡେନ, ନ୍ୟୁଜିଲ୍ୟାଣ୍ଡ ସମେତ ଅନେକ ଦେଶ ଭାରତକୁ ମେଡିକାଲ ସାମଗ୍ରୀ ଯୋଗାଇବାକୁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.