ପୁଟିନଙ୍କ କଡ଼ା ଧମକ..ଯିଏ ମୁଣ୍ଡ ପୁରାଇବ ପରିଣାମ ଭୋଗିବ
ୟୁକ୍ରେନ ବିରୁଦ୍ଧରେ ଋଷର ଯୁଦ୍ଧ ଘୋଷଣା ପରେ ଆରମ୍ଭ ହୋଇଛି ଘନଘନ ଆକ୍ରମଣ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ପଶ୍ଚିମ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି କୌଣସି ବାହାର ରାଷ୍ଟ୍ର ୟୁକ୍ରେନ ଓ ରୁଷ ବିବାଦ ମଧ୍ୟରେ ପଶିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି।
ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ଧମକ ଦେବା ସହ ରୁଷ କହିଛି, ୟୁକ୍ରେନ ମାମଲାରେ କେହି ମୁଣ୍ଡ ନ ଖେଳାନ୍ତୁ । ଯଦି କେହି ଏହି ମାମଲାରେ ମୁଣ୍ଡ ଖେଳାଇବେ ତେବେ ପରିସ୍ଥିତି ଭୟାବହ ହେବ । ଏମିତି ଅବସ୍ଥା ହେବ ଯେପରି ପୂର୍ବରୁ ଇତିହାସରେ କେହି କେବେ ଦେଖିନଥିବେ । ଅନ୍ୟପଟେ ୟୁକ୍ରେନ ମଧ୍ୟ ଦେଶରେ ମାର୍ଶଲ ଆଇନ ଲାଗୁ କରିଛି । ଯାହାଦ୍ୱାରା ସମସ୍ତ ଦାୟିତ୍ୱ ଏବେ ସେନାବାହିନୀ ହାତକୁ ଚାଲି ଯାଇଛି ।
ଆମେରିକାକୁ ପୁଟିନଙ୍କ ନାଲି ଆଖି । ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁ ନାହିଁ । ରେଡ ଲାଇନ ପାର କରିଛି ଆମେରିକା ।ସେପଟେ ଋଷ ଉପରେ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି । ବ୍ରିଟେନ୍ ଏୟାରଫୋର୍ସ ବେସରୁ ବାହାରିଲା ଆମେରିକା ବିମାନ । ଆମେରିକାର ୨ଟି ବୋମା ବର୍ଷଣକାରୀ ବିମାନ ଉଡିଲା । ଯେକୌଣସି ମୂର୍ହୂତ୍ତରେ ଆମେରିକା ଆକ୍ରମଣ କରିପାରେ ବୋଲି ସୂତ୍ରରୁ ଜଣାପଡିଛି ।