THE BYAPINI

ମିଲିଟାରୀ ବେସ୍ ଉପରେ ଋଷର ଆକ୍ରମଣ, ୭୦ରୁ ଅଧିକ ୟୁକ୍ରେନ ସୈନିକ ମୃତ

Get real time updates directly on you device, subscribe now.

ଋଷ – ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଆଜି ୟୁକ୍ରେନର ଓଖତିର୍କାରେ ରହିଥିବା ସବୁଠୁ ବଡ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି ଋଷ ସେନା । ଫଳରେ ୭୦ରୁ ଅଧିକ ୟୁକ୍ରେନ ସେନା ପ୍ରାଣ ହରାଇଛନ୍ତି ।
ୟୁକ୍ରେନ ରାଜଧାନୀ କିବ୍ କୁ କବଜା କରିବାକୁ ଚାଲିଛି ଲଗାତାର ବିସ୍ଫୋରଣ । ଏହାସହ ଏହି ମୁଖ୍ୟ ଇଲାକାକୁ ନିଜ ଅକ୍ତିଆରକୁ ଆଣିବାକୁ ଋଷ ବିଛାଇଛି ସବୁଠୁ ବଡ ସେନା ଛଉଣୀ । କିବର ୪୦ ମାଇଲ ଯାଏଁ ଘେରି ରହିଛନ୍ତି ଋଷ ସେନା, ଯାହା ଏଯାଏଁ ଋଷ ପଠାଇଥିବା ସେନା ଛାଉଣୀ ତୁଳନାରେ ସବୁୁଠାରୁ ବଡ ତଥା ୩ ଗୁଣା ଅଧିକ ବଡ ବୋଲି କୁହାଯାଉଛି ।
ସେହିପରି ଋଷର ରକେଟ୍ ମାଡରେ ବିଶ୍ୱର ବୃହତମ ବିମାନ ଧ୍ୱଂସ । ବୃହତମ କାର୍ଗୋ ବିମାନ ଆଂଟୋନୋଭ୍-୨୨୫ ଧ୍ୱଂସ ହୋଇଛି । ହଷ୍ଟୋମେଲ ବିମାନବନ୍ଦରରେ ଥିବା ଏହି ବିମାନର ହ୍ୟାଙ୍ଗର ଉପରେ ଋଷର ଏକ କ୍ଷେପଣାସ୍ତ୍ର ପଡ଼ିଯାଇଥିଲା । ଫଳରେ ‘ମ୍ରିୟା’ ବା ‘ଡ୍ରିମ୍’ ନାମରେ ପରିଚିତ ଏହି ବିମାନଟି ସଂପୂର୍ଣ୍ଣ ନଷ୍ଟ ହୋଇଛି । ୟୁକ୍ରେନ୍ ସୋଭିଏତ୍ ସଂଘ ସହ ଥିବା ବେଳେ ୧୯୮୦ ଦଶକରେ ଏହା ତିଆରି ହୋଇଥିଲା । ଏହାର ଡେଣାର ଲମ୍ବା ଏକ କ୍ରିକେଟ୍ ପଡ଼ିଆ ସାଙ୍ଗେ ପ୍ରାୟ ସମାନ । ଏପରି ବିମାନ ପୃଥିବୀରେ ଗୋଟିଏ ମାତ୍ର ଥିଲା । ଏବେ ଯୁଦ୍ଧ ସମୟରେ ଏହି ବିମାନଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.