ନୂଆବର୍ଷରେ ବନ୍ଦ ରହିବ ସମଲେଶ୍ୱରୀଙ୍କ ମନ୍ଦିର
ନୂଆବର୍ଷରେ ମା ସମଲେଶ୍ୱରୀଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଚାରି ଦିନ ପାଇଁ ବନ୍ଦ ରହିବ ସମଲେଶ୍ୱରୀଙ୍କ ମନ୍ଦିର । ନୂଆବର୍ଷ ପାଇଁ ଭିଡ ଓ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଆସନ୍ତା ଡିସେମ୍ବର ୩୦ ତାରିଖରୁ ଜାନୁଆରୀ ମାସ ୨ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ ହେବ ।
ତେବେ ଏହି ସମୟରେ କେବଳ ବିଧି ରକ୍ଷା ପାଇଁ ମନ୍ଦିରରେ ପୂଜକମାନେ ପୂଜା କରିପାରିବେ । ତାଙ୍କ ବ୍ୟତୀତ କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଜାରି କରାଯାଇଛି । ଏହାପୂର୍ବରୁ ରାଜ୍ୟ ସରକାର କୋଭିଡ୍ ସଂକ୍ରମଣ ଓ ନୂଆବର୍ଷ ଭିଡକୁ ଆଖି ଆଗରେ ରଖି କଟକଣା ଜାରି କରିଥିଲେ । ଡିସେମ୍ବର ୩୧ ତାରିଖ ସହ ଜାନୁଆରୀ ୧ ଓ ୨ ତାରିଖରେ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଥିଲା । ଏହି କ୍ରମରେ ଆସନ୍ତା ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ରହିଛି ।