THE BYAPINI

ସମ୍ବଲପୁର ୧୨ ଘଂଟିଆ ବନ୍ଦ

Get real time updates directly on you device, subscribe now.

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତେଜୁଛି ଆନ୍ଦୋଳନ । ଆଜି ବିଜେପି ପକ୍ଷରୁୁ ସମ୍ବଲପୁର ଜିଲ୍ଲା ୧୨ ଘଂଟିଆ ବନ୍ଦ । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦାବିରେ ଏହି ବନ୍ଦ ପାଳନ କରୁଛି ବିଜେପି ।

ସହରର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି । ଜିଲ୍ଲାରେ କାଁଭାଁ ବସ୍ ଚଳାଚଳ କରୁଥିବା ବେଳେ ଦୋକାନବଜାର ବନ୍ଦ ରହିଥିବା ଜଣାଯାଇଛି । ସାଧାରଣଜନଜୀବନ ବ୍ୟାହତ ହୋଇଥିବାର ପରିଲକ୍ଷିତ ହୋଇଛି। ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି ।

ସେପଟେ ମମିତା ମେହେରଙ୍କ ପରିବାରକୁ ଭେଟିବାକୁ ବଲାଙ୍ଗିର ଯାଇଛି ବିଜେପିର ଏକ ପ୍ରତିନିଧି ଦଳ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିବେ । ଘଟଣା ସଂପର୍କରେ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ପୁଲିସ ତଦନ୍ତକୁ ନେଇ ମତାମତ ମଧ୍ୟ ନେବେ ।

Get real time updates directly on you device, subscribe now.

Leave A Reply

Your email address will not be published.