‘ପାଠପଢା ଭୁଲିଗଲେଣି ପିଲା’
କରୋନା ପାଇଁ ସ୍କୁଲ ନଖୋଲିବା ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସେ କହିଛନ୍ତି, ଦୁଇ ବର୍ଷ ହେବ ସ୍କୁଲ ହତା ମାଡିନାହାନ୍ତି ଛାତ୍ରଛାତ୍ରୀ । ପଢିଥିବା ପାଠ ଭୁଲିଗଲେଣି ପିଲା । ସ୍କୁଲ ବନ୍ଦ ପାଇଁ ଶିଶୁ ନିର୍ୟାତନା ବଢ଼ୁଛି । ଅନେକ ଶିଶୁ ଭିକ୍ଷାବୃତିରେ ନିୟୋଜିତ ହେଉଛନ୍ତି । ଡ଼୍ରଗ୍ସ ବ୍ୟବସାୟୀଙ୍କ ଟାର୍ଗେଟରେ ଏବେ କୋମଳମତି ଶିଶୁ ରହିଥିବା କୁହାଯାଇଛି । ସ୍କୁଲ ଖୋଲୁ ନଥିବାରୁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଏହା ସହ ରାଜ୍ୟରେ ବାଲ୍ୟବିବାହ ବଢ଼ିବାର ଆଶଙ୍କା ଦେଖାଦେଇଛି । ଏନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ଆୟୋଗ ।
କୋଭିଡ୍ ସମୟରେ ଛାତ୍ରଛାତ୍ରୀ ପାଠପଢା ଅଗ୍ରଗତି ନେଇ ଗଣଶିକ୍ଷା ବିଭାଗ, ଓସେପା ଏବଂ ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯିବ । ସ୍କୁଲ ଖୋଲିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ ନିର୍ଦ୍ଦେଶ। ସ୍କୁଲ ନଗଲେ ପାଠରୁ ଛାତ୍ରଛାତ୍ରୀ ଦୂରେଇ ଯାଉଛନ୍ତି ବୋଲି ସନ୍ଧ୍ୟାବତୀ ପ୍ରଧାନ ।