ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀନି
ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ। ଫଳରେ ବନ୍ଦ ରହିଲା ମତଦାନ । କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଶପଡା ପଂଚାୟତ ର ସରପଞ୍ଚ ପ୍ରାର୍ଥୀନି ନମିତା ବେହେରାଙ୍କର ହୃଦଘାତ ରେ ପରଲୋକ ଘଟିଛି। ଗତ ରାତିରେ ନିର୍ବାଚନ ପ୍ରଚାର ରୁ ଫେରି ନିଜର କାମସାରି ଶୋଇଥିଲେ।ଆଜି ସକାଳ ପ୍ରାୟ ୩ଟା ୩୦ ସମୟ ରେ ତାଙ୍କର ହ୍ରୁଦଘାତ ରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା।ଏଥି ଯୋଗୁଁ ଆଜି ହେବାକୁ ଥିବା ନିର୍ବାଚନ କୁ ସ୍ଥଗିତ ରଖାଯାଇଛି। ତାଙ୍କର ନିର୍ବାଚନ ରେ ମାଛ ଚିନ୍ହ ଥିଲା।